ବାଚସ୍ପତି ନିର୍ବାଚନକୁ ରାହୁଲ ଗାନ୍ଧୀଙ୍କ ବିରୋଧ

Jun 25, 2024 - 11:56
 0  2
ବାଚସ୍ପତି ନିର୍ବାଚନକୁ ରାହୁଲ ଗାନ୍ଧୀଙ୍କ ବିରୋଧ

ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଆଜି ଏନେଇ ହେଉଛି ନାମାଙ୍କନ  ।ତେବେ କିଏ ହେବ ଲୋକସଭା ବାଚସ୍ପତି ତାକୁ ନେଇ ଅଙ୍କ ଛିଡୁନଥିବାବେଳେ ଦ୍ୱିତୀୟ ପାଳି ମୋଦୀ ସରକାରଙ୍କ ସମୟରେ ବାଚସ୍ପତି ଥିବା ଓମ ବିର୍ଲାଙ୍କ ନାଁକୁ ନେଇ ହେଉଛି ବେଶ୍ ଚର୍ଚ୍ଚା । ତଥାପି ଏଥର ବାଚସ୍ପତି ପଦ ଏନଡିଏ କାହାକୁ ଦେବ ତାକୁ ଏବେବି ରହିଛି ଅପେକ୍ଷା।ସେପଟେ କିନ୍ତୁ ବାଚସ୍ପତି ପଦକୁ ନେଇ ଅସନ୍ତୁଷ୍ଟ ବିରୋଧୀ କଂଗ୍ରେସ । ଏନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ , ‘ବିରୋଧୀ ଭାବେ ଆମେ ଶାସକ ଦଳର ବାଚସ୍ପତିଙ୍କୁ ସମର୍ଥନ ଦେବୁ । କିନ୍ତୁ ଗୋଟିଏ ସର୍ତ୍ତ । ଡେପୁଟି ବାଚସ୍ପତି ପଦ କିନ୍ତୁ ବିରୋଧୀ ଦଳକୁ ମିଳିବା ଦରକାର । ଏ ବାବଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ । ହେଲେ ଏଯାଏଁ ତାଙ୍କର କୌଣସି କଲଟିଏ ବି ଆସିନାହିଁ । ଯାହା କଂଗ୍ରେସ ପ୍ରତି ଘୋର ଅପମାନ । ତେଣୁ ବିଜେପିର ଉଦ୍ଦେଶ୍ୟ ଆଦୌ ସ୍ୱଚ୍ଛ ନୁହେଁ , ପ୍ରକୃତରେ ମୋଦୀ କୌଣସି ସହମତି ଓ ସହଯୋଗ ଚାହୁଁନାହାଁନ୍ତି ବୋଲି ଏଥିରେ ସ୍ପଷ୍ଟ ହେଉଛି’ ବୋଲି କାହିଛନ୍ତି ରାହୁଲ।

What's Your Reaction?

like

dislike

love

funny

angry

sad

wow