ବଦଳିବ କେରଳର ନାଁ

Jun 25, 2024 - 12:04
 0  3
ବଦଳିବ କେରଳର ନାଁ

ବଦଳିବ କେରଳର ନାଁ । କେରଳ ବଦଳରେ ହେବ କେରଳମ । ଗତକାଲି ବିଧାନସଭାରେ ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ। ସେ କେନ୍ଦ୍ର ନିକଟରେ ଦେଶର ସାମ୍ବିଧାନର ଅଷ୍ଠମ ଅନୁସୂଚୀରେ ସାମିଲ ସମସ୍ତ ଭାଷାରେ ଦକ୍ଷିଣ ରାଜ୍ୟର ନାମ କେରଳରୁ କେରଳମ କରିବା ପାଇଁ କରିଛନ୍ତି ଦାବି।ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମଲୟାଲମରେ ରାଜ୍ୟକୁ କେରଳମ କୁହାଯାଏ। ସମ୍ବିଧାନର ପ୍ରଥମ ଅନୁସୂଚୀରେ ଆମ ରାଜ୍ୟର ନାମ କେରଳ ଲେଖାଯାଇଛି। ତେଣୁ ସମ୍ବିଧାନର ଅନୁଛେଦ-୩ ଅନୁସାରେ ପ୍ରଥମ କାର୍ଯ୍ୟସୂଚୀରେ ଏହାର ନାଁ ପରିବର୍ତ୍ତନ କରି କେରଳମ କରାଯାଉ ବୋଲ କେନ୍ଦ୍ରକୁ କରିଛନ୍ତି ଅନୁରୋଧ।ଏହା ଦ୍ୱିତୀୟ ଥର ପାଇଁ ବିଧାନସଭାରେ ରାଜ୍ୟର ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ହୋଇଛି ପାରିତ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରଥମ ପ୍ରସ୍ତାବର ସମୀକ୍ଷା କରିଥିଲା ଏବଂ କିଛି ବୈଷୟିକ ପରିବର୍ତନ ପାଇଁ ଦେଇଥିଲା ପରାମର୍ଶ।

What's Your Reaction?

like

dislike

love

funny

angry

sad

wow