ଆସନ୍ତା ୧୭ ରେ ଓଡ଼ିଶା ଆସିବେ ନୀତିନ ଗଡ଼କରୀ

ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ହରେ କୃଷ୍ଣ ମହାତବ ଜୟନ୍ତୀ ଉତ୍ସବରେ ଦେବେ ଯୋଗ। ପରେ ଏନ୍ଏଚ୍ଏଆଇ ପ୍ରକଳ୍ପର କରିବେ ସମୀକ୍ଷା। ଭୁବନେଶ୍ବର ବରମୁଣ୍ଡା ପଡ଼ିଆରେ ଆୟୋଜିତ ହେବାକୁ ଥିବା ସାଧାରଣ ସଭାରେ ମଧ୍ଯ ଯୋଗଦେବେ ନୀତିନ ଗଡ଼କରୀ । ଏହି ସଭାରେ ୫ ହଜାର କୋଟି ଟଙ୍କାର ୧୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର ରହିଛି କାର୍ଯ୍ୟକ୍ରମ।
What's Your Reaction?






