ଅଧା ହେଲାଣି ଶିକ୍ଷାବର୍ଷ, ଖୋଲା ହୋଇନି ବହି, ପିଲା ପଚାରିଲେଣି ପ୍ରଶ୍ନ, ମାଗଣା ପୋଷାକ ପିନ୍ଧି ପରୀକ୍ଷାରେ ଲେଖିବୁ କଣ ?

Sep 3, 2026 - 11:57
 0  0
ଅଧା ହେଲାଣି ଶିକ୍ଷାବର୍ଷ, ଖୋଲା ହୋଇନି ବହି, ପିଲା ପଚାରିଲେଣି ପ୍ରଶ୍ନ, ମାଗଣା ପୋଷାକ ପିନ୍ଧି ପରୀକ୍ଷାରେ ଲେଖିବୁ କଣ ?

ଖଣି ବହୁଳ ଧନୀ ଜିଲ୍ଲା କେନ୍ଦୁଝରରୁ ଆସିଛି ଏଭଳି ଖବର। ହାଟଡିହି ବ୍ଲକ ଶାଳନିଆଁ ହାଇସ୍କୁଲ। ୪୨ ବର୍ଷର ବିଦ୍ୟାଳୟରେ ପୂର୍ବରୁ  ଦେଢ଼ ଶହରୁ ଦୁଇ ଶହ ପିଲା ପାଠ ପଢୁଥିଲେ। କିନ୍ତୁ ଏବେ ଦୁଇଟି ଶ୍ରେଣୀରେ ମାତ୍ର ୪୫ ପିଲା ପଢୁଛନ୍ତି।

ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସମସ୍ତ ୮ଟି ବିଷୟରେ ପଢ଼ାଇବାକୁ ଅଛନ୍ତି ଜଣେ ମାତ୍ର ଶିକ୍ଷକ। ସେ ଜଣେ ଆର୍ଟ୍ସ ଟିଚର ହୋଇଥିବାରୁ ସାହିତ୍ୟ, ଭୂଗୋଳ, ଇତିହାସ ପଢ଼ାଉଥିବା ବେଳେ ଗଣିତ, ବିଜ୍ଞାନ, ସଂସ୍କୃତ, ହିନ୍ଦୀ ଭଳି ବିଷୟରେ ଏଯାଏଁ ବହି ଖୋଲା ଯାଇନାହିଁ। 

ଶିକ୍ଷାବର୍ଷର ୬ମାସ ବିତିବାକୁ ବସିଲାଣି, କିନ୍ତୁ ଅଧିକାଂଶ ବିଷୟରେ ପାଠପଢା ଆରମ୍ଭ ହୋଇନି। ଆଉ କେଇଟା ମାସ ପରେ ବୋର୍ଡ ପରୀକ୍ଷା। କି ପରୀକ୍ଷା ଦେବୁ? କଣ ଲେଖିବୁ? ଦରକାର ନାହିଁ ପୋଷାକ, ଦରକାର ନାହିଁ ମଧ୍ୟାହ୍ନ ଭୋଜନ, ବିଦ୍ୟାଳୟକୁ ଶିକ୍ଷକ ଦିଅ ବୋଲି ସରକାରଙ୍କୁ ଆକୁଳ ନିବେଦନ କରୁଛନ୍ତି ଛାତ୍ରଛାତ୍ରୀ।   

ଖଣି ବହୁଳ ଧନୀ ଜିଲ୍ଲା କେନ୍ଦୁଝରରୁ ଆସିଛି ଏଭଳି ଖବର। ହାଟଡିହି ବ୍ଲକ ଶାଳନିଆଁ ହାଇସ୍କୁଲ। ୪୨ ବର୍ଷର ବିଦ୍ୟାଳୟରେ ପୂର୍ବରୁ  ଦେଢ଼ ଶହରୁ ଦୁଇ ଶହ ପିଲା ପାଠ ପଢୁଥିଲେ। କିନ୍ତୁ ଏବେ ଦୁଇଟି ଶ୍ରେଣୀରେ ମାତ୍ର ୪୫ ପିଲା ପଢୁଛନ୍ତି। ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସମସ୍ତ ୮ଟି ବିଷୟରେ ପଢ଼ାଇବାକୁ ଅଛନ୍ତି ଜଣେ ମାତ୍ର ଶିକ୍ଷକ। ସେ ଜଣେ ଆର୍ଟ୍ସ ଟିଚର ହୋଇଥିବାରୁ ସାହିତ୍ୟ, ଭୂଗୋଳ, ଇତିହାସ ପଢ଼ାଉଥିବା ବେଳେ ଗଣିତ, ବିଜ୍ଞାନ, ସଂସ୍କୃତ, ହିନ୍ଦୀ ଭଳି ବିଷୟରେ ଏଯାଏଁ ବହି ଖୋଲା ଯାଇନାହିଁ। ଅନ୍ୟପଟେ ଶିକ୍ଷକଙ୍କୁ ଅଫିସ କାମ, ମଧ୍ୟାହ୍ନଭୋଜନ କଥା ବି ବୁଝିବାକୁ ପଡ଼ୁଛି। ଏପରି ସ୍ଥିତିରେ ଛାତ୍ରଛାତ୍ରୀମାନେ କରିବେ କ'ଣ, ପରୀକ୍ଷାରେ କଣ ଲେଖିବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି। 

 ହାଟଡିହି ବ୍ଲକରେ ଏବେ ଅନେକ ଅନୁଦାନ ପ୍ରାପ୍ତ ହାଇସ୍କୁଲରେ ଏପରି ଅବସ୍ଥା। ଶାଳନିଆଁ ହାଇସ୍କୁଲ ସମେତ ଇଞ୍ଚୋଳ, ବାଙ୍ଗୋର ବାଳିକା ବିଦ୍ୟାଳୟ, ସଢ଼ା ବାଳିକା ଉଚ୍ଚ ବିଦ୍ୟାଳୟ ଭଳି ଅନେକ ବିଦ୍ୟାଳୟ ଗୁଡିକ ଜଣେ ଦୁଇଜଣ ଶିକ୍ଷକଙ୍କୁ ନେଇ ଚାଲିଛି। ବିଷୟଭିତ୍ତିକ ଶିକ୍ଷକ ନଥିବାରୁ ଅଧିକାଂଶ ବିଷୟରେ ପାଠପଢ଼ା ଆରମ୍ଭ ହୋଇପାରିନି। ଫଳରେ ଛାତ୍ରଛାତ୍ରୀମାନେ କିପରି ଆଗାମୀ ଦିନରେ ବୋର୍ଡ ପରୀକ୍ଷା ଦେବେ ତାକୁ ନେଇ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଆଉ୍‌ କ୍ଷୋଭର ସହ କହିଛନ୍ତି, ମଧ୍ୟାହ୍ନଭୋଜନ କି ମାଗଣା ପୋଷାକ ଦେଲେ କ’ଣ ହେବ? ପାଠ ନପଢ଼ି କେବଳ ୟୁନିଫର୍ମ ପିନ୍ଧି ପରୀକ୍ଷା ଦେଲେ କ’ଣ ଭଲ ରେଜଲ୍ଟ ହେବ? 

What's Your Reaction?

like

dislike

love

funny

angry

sad

wow