ଚିକେନ, ମାଛ, କବାବରେ ରଙ୍ଗ ମିଶାଇଲେ ଦଣ୍ଡ ସହ ଦେବାକୁ ପଡିବ ଜୋରିମାନା

Jun 25, 2024 - 12:12
 0  4
ଚିକେନ, ମାଛ, କବାବରେ ରଙ୍ଗ ମିଶାଇଲେ ଦଣ୍ଡ ସହ ଦେବାକୁ ପଡିବ ଜୋରିମାନା

ଏଣିକି ଚିକେନ୍‌ କବାବ୍‌ କିମ୍ବା ମାଛରେ ଆଉ ବ୍ୟବହାର ହୋଇପାରିବନି କୃତ୍ରିମ ରଙ୍ଗ। ଯଦି କେହି ଏହି ଖାଦ୍ୟରେ କୃତ୍ରିମ ରଙ୍ଗ ବ୍ୟବହାର କରନ୍ତି ତେବେ ତାଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। କଟନ କ୍ୟାଣ୍ଡି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଚିକେନ୍‌ କବାବ ଓ ମାଛରେ ତିଆରି ବ୍ୟଞ୍ଜନକୁ ନେଇ ଏଭଳି ପ୍ରତିବନ୍ଧକ ଲଗାଇଛନ୍ତି କର୍ଣ୍ଣାଟକ ସରକାର।କିଛି ଦିନ ପୂର୍ବରୁ ଏହି ଖାଦ୍ୟ ଜିନିଷଗୁଡ଼ିକର ନମୁନା ଯାଞ୍ଚ କରାଯାଇଥିବାବେଳେ, କୃତ୍ରିମ ରଙ୍ଗ ହେତୁ କବାବ ଓ ମାଛର ଗୁଣବତ୍ତା ଖରାପ ଥିବା ଜଣାପଡିଥିଲା। ଖାଦ୍ୟ ଏବଂ ନିରାପତ୍ତା ଗୁଣବତ୍ତା ବିଭାଗ ରାଜ୍ୟ ଲାବୋରେଟୋରୀରୁ ୩୯ଟି କବାବ ନମୁନା ସଂଗ୍ରହ କରି ଏହା ବିଶ୍ଳେଷଣ କରିଥିଲା। ୩୯ଟିରୁ ୮ଟି ନମୁନାରେ କୃତ୍ରିମ ରଙ୍ଗର ଉପସ୍ଥିତି, ବିଶେଷତଃ ସନ୍‌ ସେଟ୍‌ ୟେଲୋ ଏବଂ କାର୍ମୋସିନ୍ ହେତୁ ଏହା ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଜଣାପଡିଥିଲା। ଏହାପରେ  ଆକ୍ସନମୁଡ୍‌କୁ ଆସି କୃତ୍ରିମ ରଙ୍ଗ ବ୍ୟାବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି କର୍ଣ୍ଣାଟକ ସରକାର।ଯଦି କେହି ଏହାକୁ ଉଲ୍ଲଙ୍ଘନ କରନ୍ତି ତେବେ ତାଙ୍କୁ ୭ ବର୍ଷ କାରଗାର ଦଣ୍ଡ ଓ ସର୍ବାଧିକ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡିବ। ଏଥିସହ ୧୦ ଲକ୍ଷ ଟଙ୍କା ଜରିମାନା ଓ ଖାଦ୍ୟ ଆଉଟଲେଟ୍‌ର ଲାଇସେନ୍ସ କରାଯିବ ବାତିଲ । 

What's Your Reaction?

like

dislike

love

funny

angry

sad

wow