ଛାନିଆ ପାକିସ୍ତାନ, ଦେଶ ଛାଡୁଛନ୍ତି ନେତା

Apr 28, 2025 - 11:44
 0  7
ଛାନିଆ ପାକିସ୍ତାନ, ଦେଶ ଛାଡୁଛନ୍ତି ନେତା

ପହଲଗାମ୍ ଆକ୍ରମଣକୁ ନେଇ ଭାରତର ଅନେକ ପଦକ୍ଷେପ ପରେ ଛାନିଆ ହୋଇପଡିଛି ପାକିସ୍ତାନ । ଦେଶ ଛାଡିବାକୁ ଆରମ୍ଭ କଲେଣି ଜଣେ ପରେ ଜଣେ ନେତା ।  ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ଅସିମ୍ ମୁନିରଙ୍କ ପରିବାର ଦେଶ ଛାଡି ପଳାୟନ କରିଥିବାବେଳେ ଏବେ ନିଜ ପରିବାର ସହ ଦେଶ ଛାଡି  କାନାଡ଼ା ପଳାଇଛନ୍ତି ପାକିସ୍ତାନ ପିପୁଲିସ ପାର୍ଟି ତଥା ପିପିପି ନେତା ବିଲାୱାଲ ଭୁଟ୍ଟୋ । ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣ ପରେ ପାକିସ୍ତାନ ସହିତ ସିନ୍ଧୁ ନଦୀକୁ ନେଇ ଚୁକ୍ତି ଶେଷ ହୋଇଥିବା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହାପରେ ବିଲାୱାଲ ଭୁଟ୍ଟୋ ଭାରତକୁ ଆକ୍ରମଣ ପାଇଁ ଦେଇଥିଲେ ଧମକ । କିନ୍ତୁ ଏବେ ସେ ନିଜେ ଦେଶ ଛାଡି ପଳାଇଥିବା ମିଳିଛି ସୂଚନା ।ତେବେ ପାକିସ୍ତାନରେ ଲୋକଙ୍କୁ ଭାରତ ବିରୋଧରେ ଉସକାଉଥିବା ନେତା ଏବେ ନିଜ ସୁରକ୍ଷା ପାଇଁ ଛାଡୁଛନ୍ତି ଦେଶ  । କାରଣ ସେମାନେ ଅବଗତ ଯେ,ଯଦି ଯୁଦ୍ଧ ହୁଏ ତେବେ, ପାକିସ୍ତାନକୁ ଧ୍ୱଂସ କରିଦେବ ଭାରତ  । ଯୁଦ୍ଧରେ ଭାରତ ଆଗରେ ମୁକାବିଲା ପାଇଁ କେବେ ବି ଛିଡା ହୋଇପାରିବ ନାହିଁ ପାକିସ୍ତାନ , ତେଣୁ ଦେଶ ଛାଡି ପଳାଇବା ଗୋଟିଏ ମାତ୍ର ରାସ୍ତା ବୋଲି ମନେକରି ପାକିସ୍ତାନର ନେତା  ଦେଶ ଛାଡି ପଳାଉଥିବା ହେଉଛି ଚର୍ଚ୍ଚା।

What's Your Reaction?

like

dislike

love

funny

angry

sad

wow