ପାକିସ୍ତାନୟୁଟ୍ୟୁବ୍ ଚ୍ୟାନେଲ ଉପରେ ଭାରତର ପ୍ରତିବନ୍ଧକ  

Apr 28, 2025 - 11:42
 0  2
ପାକିସ୍ତାନୟୁଟ୍ୟୁବ୍ ଚ୍ୟାନେଲ ଉପରେ ଭାରତର ପ୍ରତିବନ୍ଧକ  

ପହଲଗାମ୍ ଆକ୍ରମଣକୁ ନେଇ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି ଭାରତ । ସିନ୍ଧୁ ନଦୀ ପାଣି ବନ୍ଦ,ଅଟାରୀ ସୀମା ବନ୍ଦ୍,ସାମାଜିକ ଗଣମାଧ୍ଯମ 'ଏକ୍ସ' ବନ୍ଦ କରିବା ପରେ ଏବେ ଭାରତରେ  ପାକିସ୍ତାନର ୧୬ଟି ୟୁଟ୍ୟୁବ୍ ଚ୍ୟାନେଲ ଉପରେ ମଧ୍ଯ ଲଗାଯାଇଛି ପ୍ରତିବନ୍ଧକ  ।ଏହି ଚ୍ୟାନେଲଗୁଡ଼ିକରେ ଅଛି ପୂର୍ବତନ କ୍ରିକେଟର ସୋଏବ ଅଖତର ଏବଂ ଆରଜୁ କାଜମୀ ଭଳି ୟୁଟ୍ୟୁବ୍ ଚ୍ୟାନେଲ, ଡନ୍ ନ୍ୟୁଜ୍, ସାମା ଟିଭି ଏବଂ ଜିଓ ନ୍ୟୁଜ୍ ଭଳି ଅନେକ ବଡ଼ ବଡ଼ ଚ୍ୟାନେଲ।  ପହଲଗାମ୍ ଅତଙ୍କୀ ଅକ୍ରମଣ ପରେ ଏହା ହେଉଛି ଦ୍ୱିତୀୟ ବଡ କାର୍ଯ୍ୟାନୁଷ୍ଠାନ ।ତେବେ ସରକାର ଏହି ପଦକ୍ଷେପ ନେବାର କାରଣ ହେଉଛି ଏହି ଚ୍ୟାନେଲଗୁଡ଼ିକ ଭାରତ, ଏହାର ସେନା ଓ ସୁରକ୍ଷା ଏଜେନ୍ସିଗୁଡ଼ିକ ବିରୁଦ୍ଧରେ ଉତ୍ତେଜନାପୂର୍ଣ୍ଣ, ମିଥ୍ୟା ଏବଂ ଭ୍ରାମକ ସୂଚନା କରୁଥିଲେ ପ୍ରସାର । 

What's Your Reaction?

like

dislike

love

funny

angry

sad

wow