ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ଜଗଦୀପ ଧନଖଡ

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ଉପରେ ବର୍ଷିଲେ ଜଗଦୀପ ଧନଖଡ

ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ଯସଭା ଅଧ୍ଯକ୍ଷ ଜଗଦୀପ ଧନଖଡଙ୍କ ଭର୍ତ୍ସନା।କାହିଁକି ଚାଷୀଙ୍କ ଦାବି ପୂରଣ କରାଯାଉନାହିଁ ଏବଂ କାହିଁକି ଚାଷୀଙ୍କ ସହ ଆଲୋଚନା କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ଧନଖଡ। ସମସ୍ୟା ଘେରରେ ରହିଛନ୍ତି ଚାଷୀମାନେ। ତେଣୁ ଏହା ପ୍ରତି ଦୃଷ୍ଟି ନଦେଲେ ନୀତି ନିର୍ଦ୍ଧାରଣ ହେବ ପ୍ରଭାବିତ। ସେମାନଙ୍କ କଥା ଅଗ୍ରାଧିକାର ଭିତ୍ତିରେ ବୁଝିବା ଲାଗି କେନ୍ଦ୍ର ସରକାରଙ୍କୁ ସେ ଦେଇଛନ୍ତି ନିର୍ଦ୍ଦେଶ। ମୁମ୍ବାଇରେ ଆୟୋଜିତ ଏକ ସଭାରେ ଯୋଗଦେଇ ଏଭଳି କହିଛନ୍ତି ଧନଖଡ।