ଆଉ ଅପରାଧୀଙ୍କ ଘରେ ଚାଲିବନି ବୁଲଡୋଜର

Sep 2, 2024 - 17:01
 0  5
ଆଉ ଅପରାଧୀଙ୍କ ଘରେ ଚାଲିବନି ବୁଲଡୋଜର

ଆଉ ଅପରାଧୀଙ୍କ ଘରେ ଚାଲିବନି ବୁଲଡୋଜର। ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ଦୋଷୀଙ୍କ ବିରୋଧରେ ନିଆଯାଉଥିବା ବୁଲଡୋଜର ପଦକ୍ଷେପ ଉପରେ ରୋକ୍ ଲଗାଇଲେ ସର୍ବୋଚ୍ଚଅଦାଲତ । କୌଣସି ମାମଲାରେ ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ନିର୍ଦ୍ଧିଷ୍ଟ ଆଇନ ବିନା ତାଙ୍କ ଘରକୁ ବୁଲଡୋଜର ଲଗାଇ ନଷ୍ଟ କରାଯାଇପାରିବ ନାହିଁ ।ଦୋଷୀଙ୍କ ବିରୋଧରେ ବୁଲଡୋଜର ପଦକ୍ଷେପ ପ୍ରଥମେ ଉତ୍ତରପ୍ରଦେଶରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ବିଜେପି ଶାସିତ ରାଜ୍ୟ ସରକାର ମଧ୍ୟ ଆପଣାଇଛନ୍ତି ସମାନ ପନ୍ଥା। ଅପରାଧିକ ମାମଲାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ନିଆଯାଉଛି ବୁଲଡୋଜର ପଦକ୍ଷେପ। ଏହା ବିରୋଧରେ ସର୍ବୋଚ୍ଚଅଦାଲତରେ ବିଭିନ୍ନ ଆବେଦନ କରାଯାଇଥିବା ବେଳେ ଏହାର ଶୁଣାଣୀ କରିଛନ୍ତି ଅଦାଲତ। ସେପ୍ଟେମ୍ବର ୧୭ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣୀ । 

What's Your Reaction?

like

dislike

love

funny

angry

sad

wow