ତାଳଚେର ଖଣି ଉପନିର୍ଦ୍ଦେଶକ ଗିରଫ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ଧରଣୀଧରଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ହୋଇଥିଲା ଚଢାଉ। ଚଢାଉ ବେଳେ ଭୁବନେଶ୍ଵର ପଟିଆରେ ପ୍ରାୟ ଦେଢ଼ କୋଟିର ଫ୍ଲାଟ, ସୁନ୍ଦରପଦାରେ ୧୮୦୦ ବର୍ଗ ଫୁଟ୍ ର ଡୁପ୍ଲେକ୍ସ, କେନ୍ଦୁଝର ତେଲକୋଇରେ ଦୁଇ ମହଲା ବିଶିଷ୍ଟ ମାର୍କେଟ କଂପ୍ଲେକ୍ସ ହୋଇଥିଲା ଠାବ । ମାର୍କେଟ କଂପ୍ଲେକ୍ସରେ ଅଛି ୧୫ଟି ଦୋକାନ। ସେହପରି ଆଉ ଏକ ମାର୍କେଟ କଂପ୍ଲେକ୍ସରେ ଅଛି ୪ଟି ଦୋକାନ। ତେଲକୋଇ ବଡ଼ିନାଳିରେ ନିର୍ମାଣାଧୀନ ଦୁଇ ମହଲା କୋଠା, ତେଲକୋଇ ଛାମୁଣ୍ଡାରେ ଗୋଟିଏ କୋଠା, ଭୁବନେଶ୍ଵରର ପ୍ରାଇମ୍ ଲୋକେସନରେ ୨ଟି କୋଠା ଓ ତେଲକୋଇରେ ଅଛି ୭ଟି ପ୍ଲଟ । ଏହା ସହିତ ମିଳିଥିଲା ନଗଦ ୧୦ ଲକ୍ଷ ଟଙ୍କା । ୨୦୨୨ରେ ସେ ୭୫ ଲକ୍ଷ ଟଙ୍କାର ଲୋନ୍ ନେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଦୁଇ ବର୍ଷ ଭିତରେ ସେହି ଋଣ ସୁଝି ଦେଇଥିଲେ ଧରଣୀଧର । ବେଆଇନ ଭାବେ ଆୟ କରିଥିବା ଟଙ୍କାରୁ ସେ ଏହି ଋଣ ସୁଝିଥିବାରୁ କରାଯାଉଛି ଅନୁମାନ । ଏହା ସହିତ ବ୍ୟାଙ୍କ, ବୀମା, ପୋଷ୍ଟାଲ ଜମାର କରାଯାଇଛି ଆକଳନ । ଗୋଟିଏ ଚାରି ଚକିଆ ଗାଡ଼ି ମଧ୍ୟ ହୋଇଛି ଜବତ ।
What's Your Reaction?






