ଏଣିକି ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ମିଳିବ ଛୁଟି

ଏଣିକି ଋତୁସ୍ରାବ ପାଇଁ କର୍ମଜୀବୀ ମହିଳାଙ୍କୁ ମିଳିବ ଛୁଟି

ଆଜି ସ୍ୱାଧିନତା ଦିବସ ଅବସରରେ କର୍ମଜୀବୀ ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କରିଛନ୍ତି ବଡ ଘୋଷଣା । ଏଣିତି ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ମହିଳାମାନେ ଋତୁସ୍ରାବ ଦିନ କିମ୍ବା ତା ପରଦିନ ଯେକୌଣସି ଗୋଟିଏ ଦିନ ନେଇପାରିବେ ଛୁଟି। ତେବେ ଏହି ଛୁଟି ଇଚ୍ଛାଧୀନ ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ  ।୧୯୯୨ରୁ ବିହାରରେ ମିଳୁଛି ଋତୁସ୍ରାବ ଜନିତ ଛୁଟି। ଗତ ଜାନୁଆରୀରୁ କେରଳରେ ମଧ୍ୟ ଲାଗୁ ହୋଇଛି ଏହି ବ୍ୟବସ୍ଥା ।