ଭିସୁଟ୍‌ରେ ଶହେ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

Apr 28, 2025 - 16:14
 0  3
ଭିସୁଟ୍‌ରେ ଶହେ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

 ସମ୍ବଲପୁର ଭିସୁଟ୍‌ରେ ଶହେ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ଭିସୁଟ୍‌ କର୍ତ୍ତୃପକ୍ଷ ।ଏଥିସହ ୫ ଜଣ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ମଧ୍ୟ ଦେଇଛନ୍ତି ନିର୍ଦ୍ଦେଶ  ।କିଛି ଛାତ୍ରଙ୍କ ଗ୍ରେଡ କମାଇ "ଏଫ" କରିବାକୁ ନିଷ୍ପତ୍ତି ହେବା ସହ ୫୦୦୦ ଟଙ୍କା ହୋଇଛି ଜରିମାନା। ସେହିପରି DSW ତତ୍ତ୍ୱାବଧାନରେ ସାମାଜିକ କାମ କରିବାକୁ ହୋଇଛି ନିର୍ଦ୍ଦେଶ  । ସୂଚନା  ଅନୁଯାୟୀ, ଏପ୍ରିଲ ୧୦ ତାରିଖରେ  ଏକାଠି ହୋଇ ହୀରାକୁଦ ଜଳଭଣ୍ଡାରର ଫିସରି ଅଞ୍ଚଳକୁ ଭୋଜି କରିବାକୁ ଯାଇଥିଲେ ୭ ଜଣ ସାଙ୍ଗ। ଗାଧୋଉଥିବା ସମୟରେ ଅସବାଧାନତା ବଶତଃ  ପାଣିରେ ବୁଡି ଯାଇଥିଲେ ଇଲେକ୍ଟ୍ରିକାଲ ଇଂଜିନିୟରିଂ ବିଭାଗର ଶେଷ ବର୍ଷର ଛାତ୍ରୀ ଶାଶ୍ୱତୀ ଭୋଇ । ସାଙ୍ଗମାନେ ଉଦ୍ଧାର କରି ବୁର୍ଲା ହାସପାତାଳକୁ ଆଣିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର  । ଘଟଣାର ତଦନ୍ତ କରି ୧୦୦ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଭିସୁଟ୍‌ କର୍ତ୍ତୃପକ୍ଷ । କାରଣ ଭିସୁଟ୍‌ ଛାତ୍ରଛାତ୍ରୀଙ୍କୁ ସମ୍ବେଦନଶୀଳ ଅଞ୍ଚଳକୁ ଯିବା ନେଇ ଲାଗିଥିଲା କଟକଣା  । ଏହାକୁ ମାନିନଥିବାରୁ ହୋଇଛି ଏହି କାର୍ଯ୍ୟାନୁଷ୍ଠାନ।

 

What's Your Reaction?

like

dislike

love

funny

angry

sad

wow