ଭାରତ ଉପରୁ ଶୁଳ୍କ ହ୍ରାସ କଲେ ଆମେରିକା
ଏବେ ଭାରତ ଏବଂ ଆମେରିକା ମଧ୍ୟରେ ଅଟକିବନି ବାଣିଜ୍ୟ କାରବାର । କାରଣ ଶୁଳ୍କ ହ୍ରାସ କରିଛି ଆମେରିକା।ଭାରତ ସହ ଟ୍ରେଡ୍ ଡିଲରେ ମୋହର ଲଗାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।ପୂର୍ବରୁ ୨୫ପ୍ରତିଶତ ଶୁଳ୍କ ନେଉଥିବାବେଳେ ଏବେ ଏହା ୧୮ପ୍ରତିଶତକୁ ଖସିଯାଇଛି । ଫଳରେ ବଢିବ ଭାରତର ରପ୍ତାନୀ । ଅନ୍ୟପଟେ ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ହେଉଛି ଅନୁଭୂତ । ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଷ୍ଟକ ବଜାରରେ ଦେଖିବାକୁ ମିଳିଛି ଏକ ବଡ଼ ବୃଦ୍ଧି। ପ୍ରାରମ୍ଭିକ ସେସନରେ ୩,୩୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା ସେନ୍ସେକ୍ସ , ସେହିପି ୧,୨୦୦ ପଏଣ୍ଟରୁ ଅଧିକ ବୃଦ୍ଧି ପାଇଥିଲା ନିଫ୍ଟି ।
What's Your Reaction?