ସାଧାରଣ ନିର୍ବାଚନରେ ସ୍ଵଚ୍ଛତା ନେଇ ବିଜେଡି ନେତ୍ରୀଙ୍କ ବଡ଼ ଅଭିଯୋଗ

Aug 9, 2024 - 12:59
 0  1
ସାଧାରଣ ନିର୍ବାଚନରେ ସ୍ଵଚ୍ଛତା ନେଇ ବିଜେଡି ନେତ୍ରୀଙ୍କ ବଡ଼ ଅଭିଯୋଗ

 ନିର୍ବାଚନ ସ୍ଵଚ୍ଛତାକୁ ନେଇ ବଡ ଅଭିଯୋଗ ଆଣିଲେ ବିଜେଡ଼ି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର। ଇଭିଏମ୍ ଓ ଇସିଆଇର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇବା ସହ ସେ କହିଛନ୍ତି ଯେ, ଭୋଟ ଦିନ ପଡିଥିବା ଭୋଟ ଓ ଗଣତି ଦିନ ଗଣତି ହୋଇଥିବା ଭୋଟ୍ ଭିତରେ ଅଛି  ୫କୋଟିର ବ୍ୟବଧାନ । ୫୪୧ଟି ଆସନ ୫୩୮ଟି ଆସନରେ ଦେଖା ଦେଇଛି ଭୋଟର ବ୍ୟତିକ୍ରମ । ୭୯ଟି ସାଂସଦ କ୍ଷେତ୍ରରେ ଫଳାଫଳ ଭିନ୍ନ ହୋଇଥାନ୍ତା ଓ ଓଡିଶାର ୧୮ଟି ଆସନରେ ବି ନିର୍ବାଚନ ଫଳାଫଳ ଅଲଗା ହୋଇଥାନ୍ତା । ଏହି ଫଳାଫଳ ହୋଇଥିଲେ କେନ୍ଦ୍ରରେ ସରକାରରେ ନଥାନ୍ତା ବିଜେପି ।ସେ ଆହୁରି କହିଛନ୍ତି ଯେ, ଗଣତନ୍ତ୍ର ପ୍ରତି ବିଜେପିର ଏହା ଷଡଯନ୍ତ୍ର । ଆନ୍ଧ୍ରରେ ମଧ୍ୟ ହୋଇଛି ଏହି ଷଡଯନ୍ତ୍ର । ଗଣତନ୍ତ୍ରର ବେକ ମୋଡି ଦେଇଛି ବିଜେପି । ଲୋକଙ୍କ ଠାରୁ ଗଣତନ୍ତ୍ର ଅଧିକାର ଛଡାଇ ନେଇଛି ବିଜେପି  । ଏହା ଗଣତନ୍ତ୍ର ବ୍ୟବସ୍ଥାରେ କଳଙ୍କିତ ଅଧ୍ୟାୟ ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତ ସିଂହାର।

What's Your Reaction?

like

dislike

love

funny

angry

sad

wow