ଅଙ୍ଗନବାଡି ଦିଦି ଓ କର୍ମୀଙ୍କୁ ମିଳିବ ପୁରସ୍କାର, ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା

Mar 6, 2025 - 13:49
 0  1
ଅଙ୍ଗନବାଡି ଦିଦି ଓ କର୍ମୀଙ୍କୁ ମିଳିବ ପୁରସ୍କାର, ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା

ସୁଭଦ୍ରା ପାଇଁ  ଅଙ୍ଗନବାଡି କର୍ମୀଙ୍କୁ ୧୫୦୦ ଟଙ୍କା ଏବଂ ସହାୟିକାଙ୍କୁ ୫୦୦ ଟଙ୍କାର ମିଳିବ ପୁରସ୍କାର। ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭତୀ ପରିଡା। ଅନ୍ୟପଟେ ଆଜି ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା । ୨ ଲକ୍ଷ ୩୦ ହଜାରରୁ ଅଧିକ ନୂଆ ହିତାଧିକାରୀଙ୍କୁ ମିଳିଛି ସହାୟତା  ।  ୮ ତାରିଖରେ ଗୋଟିଏ ପର୍ଯ୍ୟାୟରେ ସମସ୍ତଙ୍କୁ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା । ଗୋଟିଏ ଦିନରେ ୫ ହଜାର କୋଟି ଟଙ୍କା ସରକାର ପ୍ରଦାନ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । 

What's Your Reaction?

like

dislike

love

funny

angry

sad

wow