୧୦ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

୧୦ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଜି ୧୦ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ ।ପ୍ରତି ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ହେବ ଆଦର୍ଶ ବିଦ୍ୟାଳୟରେ । ୬୭୯୪ ପଞ୍ଚାୟତରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ,ଯେଉଁଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲା ପଢି ପାରିବେ ପାଠ। ଏନେଇ ୪ରୁ ୫ କୋଟି ହେବ ଖର୍ଚ୍ଚ । ଆଉ ୪ବର୍ଷ ମଧ୍ୟରେ ସରିବ କାମ । କ୍ୟାବିନେଟରେ ଅର୍ଥ ବିଭାଗ ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଫେବ୍ରୁଆରି ୫ରେ ଓଡିଶା ଆସିବେ ଷୋଡଶ ଅର୍ଥ କମିଶନ୍ । ୧୨ଲକ୍ଷ ୫୬ହଜାର ୧୪୮ କୋଟିର ରହିବ ଦାବି । ଆର୍ଥିକ କ୍ଷେତ୍ରରେ ଉନ୍ନତି ପାଇଁ ରହିବ ପ୍ରସ୍ତାବ । ସେହିପରି ପ୍ରଥମ କରି ଓଡିଶାରେ ପ୍ରତିଷ୍ଠା ହେବ ସେମି କଣ୍ଡକ୍ଟର ୟୁନିଟ୍ । ଶିତଳ ଭଣ୍ଡାର ପାଇଁ ଦିଆଯିବ ୬୦ ପ୍ରତିଶତ ସବସିଡି । ସବସିଡି ଯୋଗାଇଦେବେ ରାଜ୍ୟ ସରକାର । ଶିତଳ ଭଣ୍ଡାର ପାଇଁ ୬କୋଟି ୫୦ ଲକ୍ଷ ଟଙ୍କାର ରହିଛି ବ୍ୟବସ୍ଥା । ବିକଶିତ ଗାଁ, ବିକଶିତ ଓଡିଶାକୁ ମଞ୍ଜୁରୀ । ଆମ ଓଡିଶା ନବୀନ ଓଡିଶା ଯୋଜନାର ନାହିଁ ଆଦୌ ସଫଳତା । ଗ୍ରାମର ବିକାଶ ପାଇଁ ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।  ଏଥିପାଇଁ ୧୦୦୦ କୋଟି ଟଙ୍କାର କରାଯାଇଛି ବ୍ୟବସ୍ଥା । ଗାଁ ପଲ୍ଲୀସଭାରେ ପ୍ରକଳ୍ପକୁ ମିଳିବ ଅନୁମୋଦନ । ନିଯୁକ୍ତି ପାଇବେ ୫ହଜାର ଡାକ୍ତର । ସେହିପରି କ୍ୟାବିନେଟରେ ସ୍ୱାସ୍ଥ୍ୟ ବିଭାଗର ପ୍ରସ୍ତାବକୁ ମିଳିଛି ଅନୁମୋଦନ। ୨୦୧୭ ଡାକ୍ତରୀ ନିୟମାବଳୀରେ ହେଲା ସଂଶୋଧନ । ୫ହଜାର ଡାକ୍ତରଙ୍କୁ ଦିଆଯିବ ନିଯୁକ୍ତି । ରାଜ୍ୟ କ୍ୟାବିନେଟ୍ ଶିଳ୍ପ ନିତୀ ୨୦୧୫ର ଦୁଇଟି ସଂଶୋଧନକୁ କରିଛନ୍ତି ଅନୁମୋଦନ, ଯେଉଁଥିରେ ଯୋଗ୍ୟ ନିବେଶକମାନେ ପ୍ରୋତ୍ସାହନ ପାଇଁ ସେମାନଙ୍କର ଦାବିକୁ ଠିକ୍ ସମୟରେ ପ୍ରଦାନ କରିବାକୁ ହେବେ ସକ୍ଷମ ଏବଂ ପ୍ରତ୍ସାହନକୁ ସୁଗମ ପରିଚାଳନା ପାଇଁ ହେବ ସହାୟକ।