ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା
PM-KISAN 20th installment credited to farmers' accounts. Prime Minister Modi released the PM-KISAN installment by participating in a special event held in Varanasi, Uttar Pradesh. Through this installment, 9.7 crore farmers across the country will benefit. Joining the PM-KISAN event, Chief Minister Mohan Charan Majhi stated that the new government has added 6 lakh new farmers under the PM-KISAN scheme. While the CM-KISAN scheme has over 50 lakh farmers, the number under PM-KISAN was comparatively less. After coming into power, the new government has focused on including left-out farmers. As a result, 6 lakh farmers have been added. The government is now working to include urban and rural farmers who were previously excluded.
ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନ ନିଧିର ୨୦ତମ କିସ୍ତି ।ଉତ୍ତରପ୍ରଦେଶ ବାରାଣସୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ପିଏମ୍ କିଷାନ ନିଧି କିସ୍ତି ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏଥିରେ ଦେଶର ୯କୋଟି ୭୦ ଲକ୍ଷ ଅନ୍ନଦାତା କୃଷକ ହେବେ ଉପକୃତ। ଏଣେ ପିଏମ୍ କିଷାନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ପିଏମ କିଷାନରେ ୬ ଲକ୍ଷ ନୂଆ ଚାଷୀଙ୍କୁ ଯୋଡ଼ିଲେଣି ନୂଆ ସରକାର। ସିଏମ କିଷାନରେ ୫୦ ଲକ୍ଷରୁ ଅଧିକ ଚାଷୀ ଥିବା ବେଳେ ପିଏମ କିଷାନରେ କମ ଥିଲା ସଂଖ୍ୟା । ନୂଆ ସରକାର ଆସିବା ପରେ ବାଦ ପଡ଼ିଥିବା ଚାଷୀଙ୍କୁ ଯୋଡିବାକୁ ଦେଇଥିଲେ ଗୁରୁତ୍ୱ ।ଯେଉଁଥିରେ ୬ ଲକ୍ଷ ଚାଷୀଙ୍କୁ କରାଯାଇଛି ସାମିଲ । ଆଗକୁ ମଧ୍ୟ ବାଦ ପଡ଼ିଥିବା ସହରୀ ଚାଷୀ ଏବଂ ଗ୍ରାମାଞ୍ଚଳ ଚାଷୀଙ୍କୁ ଯୋଡ଼ିବାକୁ କାମ କରୁଛନ୍ତି ସରକାର ।
What's Your Reaction?