ଏଫଏମ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ଦୁଇ ଛାତ୍ର ଗିରଫ
23 days after the sensational self-immolation incident of Soumyashree Bisoi, an Integrated B.Ed student of Fakir Mohan Autonomous College in Balasore, the Crime Branch has finally taken action. On Sunday night, two students — Jyoti Prakash Biswal and Shubhra Sambit Nayak of the ABVP student organization — were arrested on charges of provoking and abetting the suicide attempt. After arrest, both were produced before the SDJM court and remanded to 15 days of judicial custody. Meanwhile, major revelations have emerged regarding the incident. On the day of the event, the student had walked out after a meeting with the college principal. She then went to a nearby petrol pump on a bicycle and brought back petrol in a bottle. She kept the petrol bottle in her bag outside and went back to the principal’s chamber, where the head of the department and other students were present. After exiting again, she poured petrol over herself near the college gate and set herself on fire.
ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବହୁଚର୍ଚ୍ଚିତ ଇଣ୍ଡିଗ୍ରେଟେଡ଼ ବିଏଡ଼ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଘଟଣାର ୨୩ ଦିନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରାଇମବ୍ରାଞ୍ଚ l ଆତ୍ମାହୁତି ଉଦ୍ୟମରେ ଉସ୍କାଇବା ଓ ପ୍ରବର୍ତ୍ତାଇବା ଅଭିଯୋଗରେ ଦୁଇ ଜଣ ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ୱାଳ ଓ ଏବିଭିପି ଛାତ୍ର ସଂଗଠନର ଶୁଭ୍ର ସମ୍ବିତ ନାୟକଙ୍କୁ ରବିବାର ବିଳମ୍ବିତ ରାତିରେ କରାଯାଇଛି ଗିରଫ lଉଭୟଙ୍କୁ ଗିରଫ ପରେ ଏସ୍ଡିଜେଏମ୍ଙ୍କ ପାଖରେ ହାଜର କରାଯାଇ ପଠାଇ ଦିଆଯାଇଛି ୧୫ ଦିନିଆ ବିଚାର ବିଭାଗୀୟ ହାଜତକୁ ।ଅନ୍ୟପଟେ ଉକ୍ତ ଘଟଣାରେ ମିଳିଛି ବଡ଼ ତଥ୍ୟ। ଘଟଣା ଦିନ ଅଧ୍ୟକ୍ଷଙ୍କ ସହ ବୈଠକ ପରେ ବାହାରକୁ ଯାଇଥିଲେ ଛାତ୍ରୀ ଜଣକ । ସେଠାରୁ ନିଜେ ଏକ ସାଇକେଲରେ ଯାଇ ନିକଟ ପେଟ୍ରୋଲ ପମ୍ପରୁ ବୋତଲରେ ଆଣିଥିଲେ ପେଟ୍ରୋଲ । ପୋଟ୍ରୋଲ ବୋତଲ ଥିବା ବ୍ୟାଗକୁ ବାହାରେ ରଖି ପୁଣି ଅଧ୍ୟକ୍ଷଙ୍କ କକ୍ଷକୁ ଯାଇଥିଲେ , ଯେଉଁଠି କଲେଜ ଅଧ୍ୟକ୍ଷଙ୍କ ସହ ବିଭାଗର ଏଚଓଡିଙ୍କ ସହ ଅନ୍ୟ ଛାତ୍ରମାନେ ଥିଲେ ଉପସ୍ଥିତ । ସେଠାରୁ ବାହାରକୁ ଆସି କଲେଜ୍ ଫାଟକ ପାଖରେ ନିଜେ ନିଜ ଦେହରେ ପେଟ୍ରୋଲ ଢାଳି ଲଗାଇ ଦେଇଥିଲେ ନିଆଁ ।
What's Your Reaction?