ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

At the age of 81, Jharkhand Mukti Morcha (JMM) founder and former Chief Minister of Jharkhand, Shibu Soren, has passed away. After prolonged illness, he breathed his last today at Sir Ganga Ram Hospital in Delhi. For the past 38 years, Shibu Soren had been the guiding force of the Jharkhand Mukti Morcha. He was a great leader of Jharkhand, who played a crucial role in the movement for a separate state. After Jharkhand was granted statehood, he served as Chief Minister three times. He was also elected as a Member of Parliament (Lok Sabha) seven times. In 2004, during the Manmohan Singh-led UPA government, he served as the Union Coal Minister.

Aug 4, 2025 - 12:44
 0  12
ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ

 ୮୧ ବର୍ଷ ବୟସରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରତିଷ୍ଠାତା ଏବଂ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ପରଲୋକ।ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ସେ ଦିଲ୍ଲୀର ସାର୍ ଗଙ୍ଗାରାମ ହାସପାତାଳରେ ଆଜି ତ୍ୟାଗ କରିଛନ୍ତି ଶେଷ ନିଶ୍ୱାସ। ଗତ ୩୮ ବର୍ଷ ଧରି ଛାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମଙ୍ଗ ଧରିଥିଲେ ଶିବୁ ସୋରେନ୍ ।ସେ ଥିଲେ ଝାଡ଼ଖଣ୍ଡର ଜଣେ ମହାନ ନେତା। ସ୍ୱତନ୍ତ୍ର ରାଜ୍ୟ ପାଇଁ ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଶିବୁ ସୋରେନ୍। ସ୍ୱତନ୍ତ୍ର ରାଜ୍ୟ ଗଠନ ପରେ ସେ ତିନିଥର ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। ସାତ ଥର ଲୋକସଭା ସାଂସଦ ଭାବରେ ମଧ୍ୟ ସେ ହୋଇଥିଲେ ନିର୍ବାଚିତ । ୨୦୦୪ ମସିହାରେ ମନମୋହନ ସିଂହ ସରକାରରେ କେନ୍ଦ୍ର କୋଇଲା ମନ୍ତ୍ରୀ ମଧ୍ୟ ଥିଲେ ଶିବୁ ସୋରେନ୍।

What's Your Reaction?

like

dislike

love

funny

angry

sad

wow