ମମତା ନିଅନ୍ତୁ ଇଣ୍ଡି ମେଣ୍ଟର ନେତୃତ୍ବ: ଲାଲୁ ପ୍ରସାଦ ଯାଦବ

ମମତା ନିଅନ୍ତୁ ଇଣ୍ଡି ମେଣ୍ଟର ନେତୃତ୍ବ: ଲାଲୁ ପ୍ରସାଦ ଯାଦବ

ଇଣ୍ଡିଆ ମେଣ୍ଟ ନେତୃତ୍ବକୁ ନେଇ ପରସ୍ପର ମଧ୍ୟରେ ଲାଗି ରହିଛି ବିବାଦ। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଇଣ୍ଡିଆ ମେଣ୍ଟ ନେତୃତ୍ବ ଦେବାପାଇଁ ଦାବି କରିଛନ୍ତି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ। ଏହା ସହ ସେ କଂଗ୍ରେସକୁ ପରାମର୍ଶ ଦେଇ ଦଳର ଅଭିଯୋଗକୁ କହିଛନ୍ତି ଭିତ୍ତିହୀନ।ପାଟନାରେ ଲାଲୁ କହିଛନ୍ତି ଯେ ‘‘କଂଗ୍ରେସ ଅଭିଯୋଗର ନାହିଁ କୌଣସି ଅର୍ଥ । ଆମେ ମମତା ବାନାର୍ଜୀଙ୍କୁ ଦେଉଛୁ ସମର୍ଥନ  । ମମତା ବାନାର୍ଜୀଙ୍କୁ ଇଣ୍ଡି ମେଣ୍ଟର ନେତୃତ୍ବ ଦେବା ଉଚିତ । ଆମେ ୨୦୨୫ରେ ପୁଣି ଥରେ କରିବୁ ସରକାର’’  ।