ଲଘୁଚାପ ପ୍ରଭାବରେ ଓଡିଶାରେ ହେବ ପ୍ରବଳ ବର୍ଷା

Aug 28, 2024 - 11:47
 0  6
ଲଘୁଚାପ ପ୍ରଭାବରେ ଓଡିଶାରେ ହେବ ପ୍ରବଳ ବର୍ଷା

ଲଘୁଚାପ ପ୍ରଭାବରେ ଓଡିଶାରେ ହେବ ପ୍ରବଳ ବର୍ଷା। ଆଜିଠାରୁ ପରିମାଣ ଆହୁରି ବଢିବା ସହ ଦକ୍ଷିଣ ଓଡ଼ିଶାରେ ବଡ ବର୍ଷା ହେବାର ରହିଛି ସମ୍ଭାବନା। ଏଥିପାଇଁ ୨୯ରୁ ୩୧ ଯାଏଁ କମଳା ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କୋରାପୁଟ, ରାୟଗଡା, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା କରାଯାଇଥିବାବେଳେ ଏହି ସବୁ ଜିଲ୍ଲାରେ ହେବ ୭୦ ରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା। ବର୍ତ୍ତମାନ ଉତ୍ତର ପଶ୍ଚିମ ଝାଡ଼ଖଣ୍ଡ ଉପରେ ରହିଛି ଲଘୁଚାପ। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ କରିବ ଗତି। ପ୍ରଭାବରେ ରାଜ୍ୟରେ ବର୍ଷା ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।କାଲିପରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। 

What's Your Reaction?

like

dislike

love

funny

angry

sad

wow