ଭିଜିଲାନ୍ସ ଜାଲରେ ଭୁବନେଶ୍ବର ସହକାରୀ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ଭୁବନେଶ୍ବର ସଡକ ଓ ଗୃହ ନିର୍ମାଣ ଡିଭିଜନର ସହକାରୀ ଯନ୍ତ୍ରୀ ରାଜା କିଶୋର ଜେନା । ତାଙ୍କର ଏକକାଳୀନ ଭୁବନେଶ୍ବର ଏବଂ ନୟାଗଡ଼ର ୧୦ଟି ସ୍ଥାନରେ ଚଢାଉ କରୁଛନ୍ତି ଭିଜିଲାନ୍ସ ଦଳ । ବାବୁଙ୍କର କାର୍ଯ୍ୟାଳୟ, ଭୁବନେଶ୍ବର ନିଳାଦ୍ରୀବିହାର ଅଞ୍ଚଳର ସେକ୍ଟର-୫ ଅଞ୍ଚଳର ପ୍ଲଟ ସହ ତିନି ମହଲା କୋଠା, କସ୍ମୋପଲିସରେ ୮ ନମ୍ବର ମହଲାରେ ଗୋଟିଏ ଫ୍ଲାଟ, କସ୍ମୋପଲିସର ଟାୱାର-ଏଚ୍ରେ ୧୬ ମହଲାରେ ଥିବା ଫ୍ଲାଟ, ପାହାଳରେ ଥିବା ସିମ୍ଫୋନି ମଲରେ ୧୬ ଦୋକାନ, ଡୁମୁଡୁମାରେ ଥିବା ପ୍ଳଟ, ଜାଗମରାରେ ଥିବା ଏଏସଏନ ଇନଫ୍ରାଷ୍ଟକ୍ଚର କମ୍ପାନୀ ଏବଂ ନୟାଗଡ଼ ଜଗନ୍ନାଥପ୍ରସାଦ ଅଞ୍ଚଳର ବ୍ୟକ୍ତିଗତ ଏବଂ ସମ୍ପକୟୀୟଙ୍କ ଘରେ ଜାରି ରହିଛ ଚଢାଉ ।
Jangyaseni Parida