ଆଜି ଶଙ୍ଖ ଭବନରେ ଚାଲିଛି ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର

ଆଜି ଶଙ୍ଖ ଭବନରେ ଚାଲିଛି ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ ଶିବିର । ଏହି ଶିବିରକୁ ଉଦ୍ଘାଟନ କରିଛନ୍ତି ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ତାଲିମ୍ ନେଉଛନ୍ତି ନବ-ନିର୍ବାଚିତ ୧୮ ବିଜେଡି ବିଧାୟକଙ୍କ ସମେତ ଅନ୍ୟ ବିଧାୟକ ।ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ମଧ୍ୟ ଦେବେ ତାଲିମ । ବିଧାନସଭାରେ ଗତ ୧୭ ଓ ୧୮ ତାରିଖରେ ଅୟୋଜିତ ବିଧାୟକ ପ୍ରଶିକ୍ଷଣ ଶିବିରକୁ ଭାଜପାର ଦଳୀୟ ପ୍ରଶିକ୍ଷଣ ଶିବିର ଦର୍ଶାଇ ବୟକଟ କରିଥିଲା ବିଜେଡି ।
What's Your Reaction?






