ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

ଆଜି ମନ କି ବାତର ୧୧୩ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ସେ ରାଜନୀତିକୁ ଆସିବାକୁ ଇଚ୍ଛୁକ ଥିବା ଯୁବପିଢ଼ିଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର। ବର୍ତ୍ତମାନର ଯୁବକ ରାଜନୀତିକୁ ଆସିବାକୁ ଆଗ୍ରହୀ ଅଛନ୍ତି ଏବଂ ସେମାନଙ୍କୁ କେବଳ ସଠିକ୍ ମାର୍ଗଦର୍ଶନର ଆବଶ୍ୟକତା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ।ସେ ଆହୁରି କହିଛନ୍ତି ଯେ, ‘ଚଳିତ ବର୍ଷ ମୁଁ ଲାଲ୍‌କିଲ୍ଲାରୁ ରାଜନୈତିକ ପୃଷ୍ଠଭୂମି ନଥିବା ଏକ ଲକ୍ଷ ଯୁବକଙ୍କୁ ରାଜନୀତିକୁ ଆସିବାକୁ ଆହ୍ୱାନ ଦେଇଛି। ଏହାକୁ ନେଇ ମୋତେ ଜବରଦସ୍ତ ପ୍ରତିକ୍ରିୟା ବି ମିଳିଛି। ଏଥିରୁ ଜଣାପଡୁଛି ଆମ ଦେଶର ଅନେକ ଯୁବକ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛୁକ । ସେମାନେ କେବଳ ଉପଯୁକ୍ତ ସୁଯୋଗ ଏବଂ ସଠିକ ମାର୍ଗଦର୍ଶନ ଖୋଜୁଛନ୍ତି।'ମୁଁ ଆଶା କରୁଛି ଯେ, ବର୍ତ୍ତମାନ ଆମର ସାମୂହିକ ଉଦ୍ୟମ ସହିତ ରାଜନୈତିକ ପୃଷ୍ଠଭୂମି ନ ଥିବା ଭଳି ଯୁବକମାନେ ମଧ୍ୟ ରାଜନୀତିରେ ଆଗକୁ ବଢ଼ିପାରିବେ। ସେମାନଙ୍କ ଅଭିଜ୍ଞତା ଏବଂ ସେମାନଙ୍କର ଉତ୍ସାହ ଦେଶ ପାଇଁ ଉପଯୋଗୀ ହେବ ବୋଲି କହିଛନ୍ତି ମୋଦି । ସେହିଭଳି ପରିବାରବାଦ ରାଜନୀତି କଥା କହି ଏହା ପ୍ରତିଭାକୁ ଦମନ କରିଥାଏ ବୋଲି କହିଛନ୍ତି ମୋଦି।