ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୬ଟି ଫାଟକ
ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୬ଟି ଫାଟକ। ଏହାକୁ ମିଶାଇ ଏବେ ମୋଟ ୨୦ଟି ଫାଟକ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ପାହାଡିଆ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଶନିବାର ଖୋଲାଯାଇଥିଲା ହୀରାକୁଦର ୧୪ଟି ଫାଟକ । ଫଳରେ ମହାନଦୀ ଏବଂ ଏହାର ଶାଖାନଦୀମାନଙ୍କରେ ମଧ୍ୟ ବଢିବାରେ ଲାଗିଛି ଜଳସ୍ତର । କିଛି ଦିନ ପୂର୍ବରୁ ମଧ୍ୟ ଏଭଳି ସ୍ଥିତି ନେଇ ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଥିଲା ବନ୍ୟା ପରିସ୍ଥିତି, ଏବେ ଚାରିଆଡେ ଚାଷ କାମ ହୋଇଥିବାବେଳେ ବନ୍ୟା ପାଣି ନେଇ ଚିନ୍ତାରେ ଚାଷୀ ।
What's Your Reaction?