ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ

ଓଡିଶାର ବିଭିନ୍ନ ଜିଲାରେ ଆଜି ବିଜୁଳି ଘଡ଼ଘଡ଼ି ସହ ଆରମ୍ଭ ହୋଇଛି ବର୍ଷା । ବାଲେଶ୍ୱରରେ ସର୍ବାଧିକ ୧୭.୬ ମି.ମି. ବର୍ଷା ରେକର୍ଡ ହୋଇଥିବାବେଳେ ଏହା ତଳକୁ ମୟୂରଭଞ୍ଜ ଜିଲାର ବାରିପଦାରେ ୩.୮ ମି.ମି. ବର୍ଷା ହୋଇଛି ରେକର୍ଡ । ଏଥିସହ ମୟୂରଭଞ୍ଜର ବିଭିନ୍ନ ସ୍ଥାନ ସମେତ କେନ୍ଦୁଝର, କଟକ, କେନ୍ଦ୍ରାପଡ଼ା, ଗଞ୍ଜାମ, ସମ୍ବଲପୁର, ଯାଜପୁର, ଭଦ୍ରକ, ଖୋର୍ଦ୍ଧା, ଜଗତ୍ସିଂହପୁର ଜିଲାରେ ମଧ୍ୟ ପ୍ରବଳ ବିଜୁଳି ଘଡ଼ଘଡ଼ି ସହ ହୋଇଛି ବର୍ଷା । ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରୁ ତେଲଙ୍ଗାନା ଯାଏ ସମୁଦ୍ର ପତନଠାରୁ ବାୟୁମଣ୍ଡଳର ୦.୯ କିମି ଉଚ୍ଚରେ ସୃଷ୍ଟି ନିମ୍ନଚାପରେଖା ପ୍ରଭାବରେ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ କାଳବୈଶାଖୀ ଭୟ ରହିଥିବା ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
What's Your Reaction?






