ଏନଟିଏ ଉପରେ ବର୍ଷିଲେ ସର୍ବୋଚ୍ଚ ନ୍ୟାୟାଳୟ
ନିଟ୍ ପେପର୍ ଲିକ୍ ମାମଲାରେ ଏନଟିଏ ଉପରେ ଅସନ୍ତୋଷ ଝାଡିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ନ୍ୟାୟାଳୟ କହିଛନ୍ତି ଯେ , ଏହା ଦୁଃଖଦ ଯେ, ଏହି ସଂସ୍ଥା ପୂର୍ବ ବିବାଦରୁ କିଛି ଶିଖିନାହିଁ। ଏହା ସହ ଏନଟିଏ ଏବଂ ସିବିଆଇକୁ ନୋଟିସ୍ ଜାରି କରି ଉତ୍ତର ରଖିବାକୁ କହିଛନ୍ତି ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାର । ବିଚାରପତି ପିଏସ୍ ନରସିଂମ୍ହା ଏବଂ ଆଲୋକ ଅରାଧେଙ୍କ ଖଣ୍ଡପୀଠ ଏନଟିଏକୁ ଗୁରୁବାର ସୁଦ୍ଧା ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୨୦୨୪ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଏବଂ କମିଟିର ସୁପାରିଶ ଉପରେ କି ପଦକ୍ଷେପ ନିଆଯାଇଛି ତାହା ଦର୍ଶାଇବାକୁ କୁହାଯାଇଛି ।ଶୁଣାଣି ସମୟରେ, କୋର୍ଟ ଉଲ୍ଲେଖ କରିଥିଲେ ଯେ, ଏହି ମାମଲା ପୂର୍ବରୁ ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ସେତେବେଳେ ଏକ ତଦାରଖ କମିଟି ଗଠନ କରାଯାଇଥିଲା। ଯାହା ଅନେକ ସୁପାରିଶ କରିଥିଲା ଏବଂ ସେଗୁଡ଼ିକୁ ଗ୍ରହଣ କରାଯାଇଥିଲା। ଏହା ସତ୍ତ୍ୱେ, ଏପରି ସ୍ଥିତିର ପୁନରାବୃତ୍ତି ଏକ ଗମ୍ଭୀର ଚିନ୍ତାର ବିଷୟ।
What's Your Reaction?