ଇସ୍ରାଏଲ ଉପରେ ବଡ ଆକ୍ରମଣ

Oct 8, 2024 - 14:10
 0  2
ଇସ୍ରାଏଲ ଉପରେ ବଡ ଆକ୍ରମଣ

ଏକସପ୍ତାହ ମଧ୍ୟରେ ଇସ୍ରାଏଲ ଉପରେ ଦ୍ୱିତୀୟ ଥର ପାଇଁ ହୋଇଛି ବଡ ଆକ୍ରମଣ। ଏଥର ପ୍ରାୟ ୧୩୫ ମିସାଇଲ ଇସ୍ରାଏଲର ହାଇଫା ସହରରେ ମାଡ କରିଛି ହିଜିବୁଲ୍ଲା। ଏହି ଆକ୍ରମଣରେ ଆହତ ହୋଇଛନ୍ତି ୧୦ରୁ ଅଧିକ ଲୋକ। ଏହାପରେ ହାଇଫାରେ ଦେଖାଦେଇଛି କୋକୁଆ ଭୟ। ହାଇଫା ହେଉଛି ଇସ୍ରାଏଲର ତୃତୀୟ ବଡ ସହର । ସାଇରନ ବାଜିବା ଯୋଗୁଁ ବିଭିନ୍ନ ନିରାପଦ ଜାଗାରେ ଆଶ୍ରୟ ନେଇଛନ୍ତି ଲୋକେ ।ତେବେ ପ୍ରଥମ ଥର ପାଇଁ 'ଫାଦି-୧' ମିସାଇଲ ବ୍ୟବହାର କରିଛି ହିଜବୁଲ୍ଲା ।  ସେପଟେ ଦକ୍ଷିଣ ଲେବାନନର ହିଜବୁଲ୍ଲାର ଆଡ୍ଡା ଉପରେ ଆକ୍ରମଣ ଜାରି ରଖିଛି  ଇସ୍ରାଏଲ ସେନା । 

What's Your Reaction?

like

dislike

love

funny

angry

sad

wow