ପିପିଲି ପରେ ନିମାପଡ଼ା ଓ ଡେଲାଙ୍ଗକୁ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ

Aug 29, 2024 - 14:16
 0  6
ପିପିଲି ପରେ ନିମାପଡ଼ା ଓ ଡେଲାଙ୍ଗକୁ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ

ପିପିଲି ପରେ ନିମାପଡ଼ା ଓ ଡେଲାଙ୍ଗକୁ ବାର୍ଡ ଫ୍ଲୁ ବ୍ୟାପିଥିବା ସନ୍ଦେହ । ଶହଶହ କୁକୁଡ଼ା ମରିବା ପରେ ବଢୁଛି ବାର୍ଡ ଫ୍ଲୁ ଆଶଙ୍କା । ରାପିଡ ଆକ୍ସନ ଦଳ  ଫାର୍ମ ନିକଟକୁ ଯାଉ ନଥିବାରୁ ନିଜେ ମଲା କୁକୁଡ଼ାଙ୍କୁ ପୋତୁଛନ୍ତି ଚାଷୀ । ପରୀକ୍ଷା ପାଇଁ ଭୋପାଳ ପଠାଯାଇଛି କୁକୁଡ଼ାଙ୍କ ନମୁନା। ସେପଟେ ପିପିଲିରେ ଜ୍ୱର, ଥଣ୍ଡା, କାଶ ବ୍ୟାପୁଥିବାରୁ ଲୋକଙ୍କୁ ସଚେତନ କରାଉଛି ପ୍ରଶାସନ ।ଅନ୍ୟପଟେ ଏହି ଭୂତାଣୁ କୁକୁଡ଼ାଠାରୁ ଲୋକଙ୍କୁ ବ୍ୟାପିଥିବା ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ ଏହାକୁ ଖଣ୍ଡନ କରିଛି ସ୍ବାସ୍ଥ୍ୟ ବିଭାଗ।ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଓଡ଼ିଶାର କୌଣସି ବ୍ୟକ୍ତିଙ୍କଠାରେ ଚିହ୍ନଟ ହୋଇନାହିଁ ବାର୍ଡ ଫ୍ଲୁ । ତେଣୁ ଏହାକୁ ନେଇ ଆତଙ୍କିତ ନ ହେବାକୁ ସେ କରିଛନ୍ତି ଅନୁରୋଧ । 

What's Your Reaction?

like

dislike

love

funny

angry

sad

wow