ମାଦକ ଦ୍ରବ୍ୟରେ ସାମିଲ ହେଲା ଭାଙ୍ଗ

Aug 14, 2024 - 13:31
 0  6
ମାଦକ ଦ୍ରବ୍ୟରେ ସାମିଲ ହେଲା ଭାଙ୍ଗ

ଏଣିକି ନିଶା ତଥା ମାଦକ ଦ୍ରବ୍ୟ ତାଲିକାରେ ଗଣାହେବ ଭାଙ୍ଗ। ଏ ନେଇ ନିର୍ଦ୍ଦେଶନାମା ଜାରି କରିଛି ଅବକାରୀ ବିଭାଗ। ବିଶୃଙ୍ଖଳା, ଶତ୍ରୁତା, ବିକୃତି , ମତିଭ୍ରମ ଓ ଚିନ୍ତାଶକ୍ତି ହରାଇବାର କାରଣ ହୋଇଥାଏ ଭାଙ୍ଗ ।ତେଣୁ ଆଇନରେ ଥିବା ପ୍ରାବଧାନ  ଓ କ୍ଷମତାକୁ ବ୍ୟବହାର କରି ଭାଙ୍ଗକୁ ମାଦକ ଦ୍ରବ୍ୟ ଭାବେ ଘୋଷଣା କରିଛନ୍ତି  ରାଜ୍ୟ ସରକାର । ଏହାକୁ ବିଭିନ୍ନ ମହଲରେ କରାଯାଇଛି ସ୍ବାଗତ  । ତେବେ ଭାଙ୍ଗ ବିକ୍ରି ଓ ବ୍ୟବହାରକୁ ନେଇ ଅବକାରୀ ବିଭାଗ  କୌଣସି ସ୍ପଷ୍ଟ କରିନଥିବା କହିଛନ୍ତି ନିଶାମୁକ୍ତ କର୍ମୀ । ରାଜ୍ୟ ସରକାର ଏ ନେଇ ସ୍ପଷ୍ଟ କରନ୍ତୁ ବୋଲି ହୋଇଛି ଦାବି  ।

What's Your Reaction?

like

dislike

love

funny

angry

sad

wow