ଚର୍ଚ୍ଚ ଉପରେ ଆତଙ୍କୀ ଆକ୍ରମଣ , ପୁଲିସ ସମେତ ୧୫ ମୃତ
ଋଷିଆର ଦାଗେସ୍ତାନରେ ଥିବା ୟେହୁଦିଙ୍କ ପ୍ରାର୍ଥନା ସ୍ଥଳ ଏବଂ ଚର୍ଚ୍ଚ ଉପରେ ହୋଇଛି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ପୋଲିସ କର୍ମୀ ଏବଂ ପାଦ୍ରୀଙ୍କ ସମେତ ପ୍ରାଣ ହରାଇଛନ୍ତି ୧୫ ଜଣ ଲୋକ। ପାଦ୍ରୀଙ୍କ ଗଳାକାଟି ଦେଇଛନ୍ତି ଆତଙ୍କବାଦୀ । ପାଲଟା ଆକ୍ରମଣରେ ରୁଷିଆ ସେନା ୬ ଆତଙ୍କବାଦୀଙ୍କୁ ନିପାତ କରିଥିବା ମିଳିଛି ସୂଚନା।ଦାଗେସ୍ତାନର ଦୁଇ ସହରରେ ହୋଇଛି ଏହି ଆତଙ୍କବାଦୀ ଆକ୍ରମଣ।ଏଥିପାଇଁ ରୁଷିଆର ରାସ୍ତାରେ ମୁତୟନ କରାଯାଇଛି ଟ୍ୟାଙ୍କ ଓ ସ୍ୱତନ୍ତ୍ର ଫୋର୍ସ । ସେପଟେ ଏହି ଘଟଣା ପରେ ସୋମବାର, ମଙ୍ଗଳବାର ଏବଂ ବୁଧବାର ଦିନ ଦାଗେସ୍ତାନରେ ଘୋଷଣା କରାଯାଇଛି ଶୋକ ଦିବସ।
What's Your Reaction?