ଆଗାମୀ ୫ ଦିନ ପ୍ରବଳ ଗ୍ରୀଷ୍ମପ୍ରବାହ

ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ଅନୁକୂଳ ନାହିଁ ସ୍ଥିତି । ଆଗାମୀ ୩,୪ ଦିନ ପର୍ଯ୍ୟନ୍ତ ଅଗ୍ରସର ହୋଇ ନପାରେ ମୌସୁମୀ ବାୟୁ । ମୌସୁମୀ ସକ୍ରିୟ ହୋଇପାରୁନଥିବାରୁ ବର୍ତ୍ତମାନ ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ପ୍ରବେଶ କରୁଛି ପବନ । ଯାହାର ପ୍ରଭାବରେ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପ୍ରବଳ ଗରମ ଓ ଗୁଳୁଗୁଳି ହେଉଛି ଅନୁଭବ ।ଆଗାମୀ ୫ ଦିନ ଯାଏଁ ଉତ୍ତର, ଉପକୂଳ ଓଡ଼ିଶାରେ ଜାରି ରହିବ ଏଭଳି ସ୍ଥିତି । ଦିନ ତାପମାତ୍ରା ୨ରୁ୩ ଡିଗ୍ରୀ ବଢିବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର।
What's Your Reaction?






