ଦାୟିତ୍ଵ ନେବା ପରେ ପିଏମ ମୋଦିଙ୍କ ପ୍ରଥମ ଦସ୍ତଖତ, ଉପକୃତ ହେବେ ୯ କୋଟିରୁ ଅଧିକ ଚାଷୀ

Jun 10, 2024 - 15:46
 0  2
ଦାୟିତ୍ଵ ନେବା ପରେ ପିଏମ ମୋଦିଙ୍କ ପ୍ରଥମ ଦସ୍ତଖତ, ଉପକୃତ ହେବେ ୯ କୋଟିରୁ ଅଧିକ ଚାଷୀ

ଗତକାଲି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥପାଠ କରିବା ପରେ ଆଜି ସର୍ବପ୍ରଥମେ ପିଏମ୍ କିଶାନ ନିଧି ଫାଇଲରେ ପ୍ରଥମ ଦସ୍ତଖତ କରିଛନ୍ତି ମୋଦୀ । ଆଜି ପିଏମଓ ପହଞ୍ଚିବା ପରେ ଏହା ଥିଲା ତାଙ୍କର ପ୍ରଥମ ଫାଇଲ ଦସ୍ତଖତ ।ଏହି ଆଧାରରେ ଦେଶର  ୯.୩ କୋଟି ଚାଷୀଙ୍କୁ ମିଳିବ ପ୍ରାୟ ୨୦ ହଜାର କୋଟି ଟଙ୍କା। ଏହାସହ ଚାଷୀଙ୍କୁ ମିଳିବ ପିଏମ କିଶାନ ନିଧି ଯୋଜାନାରେ ୧୭ ତମ କିସ୍ତି। ଚାଷୀଙ୍କ କଲ୍ୟାଣ ମୋଦୀ ସରକାରଙ୍କ ଗୁରୁ ଦାୟିତ୍ୱ ବୋଲି ଫାଇଲରେ ଦସ୍ତଖତ ପରେ କହିଛନ୍ତି ମୋଦୀ ।ଏହାସହ ମୋଦୀ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଆଜି ବସୁଛି ପ୍ରଥମ କ୍ୟାବିନେଟ୍ ବୈଠକ । ଗତକାଲି ମୋଦୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି  ୩୦ ଜଣ କ୍ୟାବିନେଟ ମନ୍ତ୍ରୀ , ୫ଜଣ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ । 

What's Your Reaction?

like

dislike

love

funny

angry

sad

wow