ପୋଢୁଆଁ ହେବେ ଚତୁର୍ଦ୍ଧା ମୂର୍ତ୍ତି

ଶ୍ରୀମନ୍ଦିରରେ ପୋଢୁଆଁ ହେବେ ଚତୁର୍ଦ୍ଧା ମୂର୍ତ୍ତି । ଏଥିପାଇଁ ନିଆଳିର ଶ୍ରୀମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ପାଇଁ ଯିବ ନବବସ୍ତ୍ର ସହ ଅଷ୍ଟମୀ ଭାର।ଆସନ୍ତା କାଲି ପ୍ରଥମାଷ୍ଟମୀରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କୁ ଲାଗି କରାଯିବ ଏହି ସାମଗ୍ରୀ। ଭୋରରୁ ଠାକୁରଙ୍କ ମଙ୍ଗଳ ଆରତୀ ଓ ଅନ୍ୟାନ୍ୟ ନୀତିକାନ୍ତି ଶେଷ ହେବା ପରେ ପ୍ରସ୍ତୁତ ହେଉଛି ପୋଢୁଆଁ ଭାର। ଘଣ୍ଟଘଣ୍ଟା, ଢୋଲ, ମହୁରୀ ଓ ଉତ୍କଳୀୟ ସମର କଳାର ପ୍ରଦର୍ଶନ କରି ଏକ ବିରାଟ ପଟୁଆରରେ ଭାର ନେଇ ଭାରୁଆମାନେ ଶ୍ରୀକ୍ଷେତ୍ର ଯାତ୍ରା କରିବାର ରହିଛି ବିଧି ।
What's Your Reaction?






