ରାଜଧାନୀରେ ବୀଭତ୍ସ ହତ୍ୟା: ଯୁବକଙ୍କ ମୁଣ୍ଡ କାଟିଦେଲେ ଦୁର୍ବୃତ୍ତ

ଆଜି ସକାଳୁ ରାଜଧାନୀ ଭୁବନେଶ୍ବରରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ ।ଜନଗହଳିପୂର୍ଣ୍ଣ ରସୁଲଗଡ଼ରୁ ବାଣୀବିହାର ମୂଖ୍ୟ ରାସ୍ତାରେ ଜଣେ ଯୁବକଙ୍କ ମୁଣ୍ଡ କାଟି ଦେଇଛନ୍ତି ଦୁର୍ବୃତ୍ତ । ଯୁବକଙ୍କ ବେକ ଓ ଗୋଡ଼ରେ ମଧ୍ୟ ଲାଗିଛି ଆଘାତ ।ମୃତକ ହେଲେ କେଦାରପଲ୍ଲି ଅଞ୍ଚଳର ସହଦେବ ନାୟକ । ସେ ସଫେଇ କର୍ମଚାରୀ ସଂଘର ଥିଲେ ସଭାପତି। ସକାଳୁ ଝିଅକୁ ସ୍କୁଲରେ ଛାଡି ସ୍କୁଟରରେ ଯାଉଥିବାବେଳେ ଘଟିଛି ଏଭଳି ଘଟଣା। ପୋଲିସ ମିତ୍ର ଭାବେ ମଧ୍ୟ କାମ କରୁଥିଲେ ସହଦେବ।ତେବେ ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି ସହଦେବଙ୍କ ପତ୍ନୀ।ସେପଟେ ହତ୍ୟାକାଣ୍ଡରେ ସାମିଲ ଥିବା ସନ୍ଦେହରେ ତିନି ଜଣ ଯୁବକଙ୍କୁ ଅଟକ ରଖି ଜେରା କରୁଛି ପୋଲିସ ।ଅନ୍ୟପଟେ କୌଣସି ଦୋଷୀଙ୍କୁ ଛଡାଯିବନାହିଁ । ପୋଲିସର ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ।
What's Your Reaction?






