ନୂଆବର୍ଷରେ ହେବ ଶୃଙ୍ଖଳିତ ଦର୍ଶନ

ନୂଆବର୍ଷରେ ପୁରୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ନିଆଯାଇଛି ବଡ଼ ନିଷ୍ପତ୍ତି । ଏଣିକି ନାଟ୍ୟମଣ୍ଡପ, ଗରୁଡ଼ ସ୍ତମ୍ଭରୁ ବାହାର କାଠ ପର୍ଯ୍ୟନ୍ତ ଯେଉଁଠି ଠିଆ ହେଲେ ବି ହୋଇପାରିବ ମହାପ୍ରଭୁଙ୍କ ଦର୍ଶନ । ଏହା ଦ୍ୱାରା ଆଉ ହେବ ନାହିଁ ଠେଲା ପେଲା ପରିସ୍ଥିତି । ସେଥିପାଇଁ କରାଯାଇଛି ବ୍ୟବସ୍ଥା। ମନ୍ଦିରର ଗୋଟିଏ ପଟେ ପ୍ରବେଶ କରି ଅନ୍ୟପଟେ ପ୍ରସ୍ତାନ କରିବେ ଭକ୍ତ ।ଏଥିପାଇଁ ଭକ୍ତ ଓ ଜଗନ୍ନାଥପ୍ରେମୀଙ୍କ ସହଯୋଗ ଲୋଡିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଦିବ୍ୟାଙ୍ଗ ଓ ବୃଦ୍ଧଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବି ଖୁବ୍ଶୀଘ୍ର ହେବ ନୂଆ ବ୍ୟବସ୍ଥା । ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମଧ୍ୟ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବଦଳିବ ପରିକ୍ରମା ପ୍ରକଳ୍ପ ରୂପରେଖ । ଏନେଇ ନେଇ ଚାଲିଛି ଆଲୋଚନା । ଲୋକଙ୍କ ଧର୍ମୀୟ ଭବନାକୁ ଦେଖି ନିଆଯିବ ନିଷ୍ପତ୍ତି। ତିଆରି ହେବ ଗୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ । ୨ରୁ ୩ ମାସ ଭିତରେ ସ୍ପଷ୍ଟ ନିଷ୍ପତ୍ତି ଆସିବ ବୋଲି କହିଛନ୍ତି ମନ୍ତ୍ରୀ।
What's Your Reaction?






