ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ମନୂଷ୍ୟକୃତ ତ୍ରୁଟି

ଯାନ୍ତ୍ରୀକ ତ୍ରୁଟି ନୁହେଁ ବରଂ ମନୂଷ୍ୟକୃତ ତ୍ରୁଟି ଯୋଗୁ ୩ ବର୍ଷ ପୂର୍ବେ ଦେଶର ପ୍ରଥମ ସିଡିଏସ ବିପିନ ରାୱତଙ୍କ ହେଲିକପ୍ଟର ହୋଇଥିଲା ଦୁର୍ଘଟଣାଗ୍ରସ୍ତ । ଗତକାଲି ସଂସଦରେ ଉପସ୍ଥାପିତ ହୋଇଥିବା ଷ୍ଟାଣ୍ଡିଂ କମିଟି ଅନ୍ ଡିଫେନ୍ସ ରିପୋର୍ଟରେ ପ୍ରକାଶ ପାଇଛି ଏପରି ଚାଞ୍ଚଲ୍ୟକର ତଥ୍ୟ।୨୦୨୧ ମସିହା ଡିସେମ୍ବର ୮ ତାରିଖରେ ଜେନେରାଲ୍ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁରଠାରେ ହୋଇଥିଲା ଦୁର୍ଘଟଣା। ଏଥିରେ ସିଡିଏସ୍ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣଙ୍କର ହୋଇଥିଲା ମୃତ୍ୟୁ ।
What's Your Reaction?






