ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

Aug 15, 2024 - 13:46
 0  2
ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

 ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମହାତ୍ମାଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋହନ ମାଝୀ ।ସେ କହିଛନ୍ତି ଯେ, ଓଡିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ । ପାଇକର ବିଦ୍ରୋହରେ ଯୋଦ୍ଧାମାନଙ୍କୁ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ । ଓଡିଶାର ସ୍ୱାଧୀନତା ସଂଗ୍ରାମୀ ଆମର ଚିର ନମସ୍ୟ । ଓଡିଶା ଭାରି ସ୍ୱାଭିମାନୀ, ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ । ଆମ ବୀର ସଂଗ୍ରାମୀମାନେ ଇଂରେଜଙ୍କୁ ଦୋହଲାଇଦେଇଥିଲେ । ଯେତେବେଳେ ଅସ୍ମିତାର କୁଠାରଘାତ ହୋଇଛି, ତାକୁ ଦମନ କରିଛନ୍ତି ଓଡିଆ।ଏହାସହ କିପରି ଓଡିଶାର ଅର୍ଥନୀତିକୁ ଆଗକୁ ବଢାଇ ହେବ ସେନେଇ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ଅର୍ଥନୀତିକୁ ଆହୁରି ବିକଶିତ କରିବାକୁ ହେବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ଅର୍ଥନୀତି ୩ଟ୍ରିଲିୟନ୍ ହେବ । ଭାରତକୁ ବିଶ୍ୱଗୁରୁ କରିବାର ପଥରେ ଆମେ ସହାୟକ ହେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow