ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର

Aug 17, 2024 - 13:47
 0  4
ଭିଜିଲାନ୍ସ ଜାଲରେ ଜିଏସଟି ଅତିରିକ୍ତ କମିଶନର

ସରକାରୀ ଟିକସ ହେରଫେର ଅଭିଯୋଗରେ ଯାଜପୁର ସିଟି ଆଣ୍ଡ ଜିଏସଟି ଏପଫୋର୍ସମେଣ୍ଟର ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ଚଢାଉ ବେଳେ ଭୁବନେଶ୍ବର, କଟକରେ ୨ଟି କୋଠା, ଭୁବନେଶ୍ବର ଓ କଟକରେ ୨ଟି ଦାମିକା ପ୍ଲଟ, ୮୫୦ ଗ୍ରାମ ସୁନା, ୨.୮୬ କୋଟିର ଜମା ଓ  ୧.୨୧ ଲକ୍ଷର ନଗଦ ଟଙ୍କା ମିଳିଛି। ଚଢାଉ ଜାରି ରହିଥିବାରୁ ଆଗକୁ ସମ୍ପତ୍ତି ବଢ଼ିବାର ରହିଛି ସମ୍ଭାବନା । ବିନୟ ଜଣେ ଡିଲରଙ୍କ ଠାରୁ ଜବତ ଗାଡ଼ି ସ୍କ୍ରାପକୁ ଅନ୍ୟତ୍ର ବିକ୍ରି କରିଥିବା ହୋଇଛି ଅଭିଯୋଗ  । ପ୍ରାୟ ୫ ଲକ୍ଷ ୮୫ ହଜାର ଟଙ୍କାର ରାଜସ୍ୱ ହେରଫେର କରିଥିବା ଜଣାପଡ଼ିବା ପରେ ଛାନଭିନ କରୁଛି ଭିଜିଲାନ୍ସ ଦଳ ।

What's Your Reaction?

like

dislike

love

funny

angry

sad

wow