ତାତିରୁ ମିଳିବ ଆଶ୍ୱସ୍ତି,କାଲିଠାରୁ କାଳବୈଶାଖୀ

ଆସନ୍ତାକାଲିଠାରୁ ତାତିରେ ଲାଗିବ ସାମୟିକ ବିରତି । କାଳବୈଶାଖୀ ପ୍ରଭାବରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହିତ ହେବ ବର୍ଷା । ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ୫୦ରୁ ୬୦କିମି ବେଗରେ ବହିପାରେ ପବନ । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷ କରି କୋରାପୁଟ, ଗଞ୍ଜାମ, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକରେ ଅପରାହ୍ନରେ ଝଡ଼ ବର୍ଷା ଆଶଙ୍କା ଥିବାରୁ ଏହି ସବୁ ଜିଲ୍ଲାକୁ ଜାରି କରାଯାଇଛି କମଳା ସତର୍କତା ।
What's Your Reaction?






