ଅନୁଗୋଳ ଛେଣ୍ଡିପଦା କଙ୍କରେଇରେ ଭୟଙ୍କର ଦୁର୍ଘଟଣା ; ୨ ହାଇୱା ମୁହାଁମୁହିଁ ଧକ୍କା
ଅନୁଗୋଳ ଛେଣ୍ଡିପଦା କଙ୍କରେଇରେ ଭୟଙ୍କର ଦୁର୍ଘଟଣା । ୨ଟି ହାଇୱା ମୁହାଁମୁହିଁ ଧକ୍କା । ୨ ଡ୍ରାଇଭର ଗୁରୁତର । ସେପଟେ ବଲାଙ୍ଗୀର ପାଟଣାଗଡ଼ରେ ଟ୍ୟୁସନ୍ ଯାଉଥିବା ଛାତ୍ରକୁ ଧକ୍କା ଦେଲା ବସ୍ । ଛାତ୍ର ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି ।
ସକାଳୁ ସକାଳୁ ଦୁର୍ଘଟଣା, ୨ଟି ହାଇଓ୍ବା ମୁହାଁମୁହିଁ ଧକ୍କା। ୬୩ନଂ ରାଜ୍ୟ ରାଜପଥ ଅନୁଗୋଳ ଛେଣ୍ଡିପଦା କଙ୍କରେଇ ଜଙ୍ଗଲରେ ୨ଟି ହାଇଓ୍ବା ମୁହାଁମୁହିଁ ଧକ୍କ। ଏକ କୋଇଲା ବୋଝେଇ ହାଇଓ୍ବା କଙ୍କରେଇ ନାଳ ନିକଟରେ ଢେଙ୍କାନାଳରୁ ଛେଣ୍ଡିପଦା ଅଭିମୁଖେ ଆସୁଥିବା ଚିପସ୍ ବୋଝେଇ ହାଇଓ୍ବାକୁ ଧକ୍କା ଦେଇଛି। ୨ଜଣ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ନିଶା ଇଣ୍ତଷ୍ଟ୍ରିଆଲ୍ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ରାସ୍ତାରେ ଗତ ୩୭ଦିନରେ ଏକାଧିକ ଦୁର୍ଘଟଣା ଦେଖିବାକୁ ମିଳିଲାଣି, ଯାହା ସଡ଼କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି।
What's Your Reaction?