ସମ୍ବଲପୁର ଧନୁପାଲିରେ ଏନକାଉଣ୍ଟର

Encounter in Dhanupali police station area of Sambalpur. Notorious criminal Mohammad Samad was shot by Dhanupali police. A bullet hit Samad’s left leg, and in critical condition he has been admitted to VIMSAR hospital. According to reports, on Tuesday night Samad and his brother Wasim stabbed a man named Aswak Khan to death. When police went to arrest the accused, they opened fire on the police. In the retaliatory firing, Samad was injured, but Wasim managed to escape. From the spot, police seized a pistol, three empty cartridges, and a bike.

Aug 19, 2025 - 12:08
 0  14
ସମ୍ବଲପୁର ଧନୁପାଲିରେ ଏନକାଉଣ୍ଟର

ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଏନକାଉଣ୍ଟର । କୁଖ୍ଯାତ ଅପରାଧୀ ମହମଦ ସାମଦକୁ ଏନକାଉଣ୍ଟର କରିଛି ଧନୁପାଲି ପୋଲିସ । ସାମଦର ବାମ ଗୋଡରେ ବାଜିଛି ଗୁଳି । ଗୁରୁତର ଅବସ୍ଥାରେ ସାମଦକୁ ଭୀମସାର ହାସପାତାଳରେ କରାଯାଇଛି ଭର୍ତ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଆସୱାକ୍ ଖାନ ନାମ ଜଣେ ବ୍ୟକ୍ତିଙ୍କୁ ଛୁରାମାଡ କରି ହତ୍ଯା କରିଥିଲେ ସାମଦ ଓ ତାର ଭାଇ ଓ୍ବାସିମ| ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ପୋଲିସ ଉପରକୁ ସେମାନେ କରିଥିଲେ ଗୁଳିଚାଳନା । ପୋଲିସର ପାଲଟା ଗୁଳିରେ ଆହତ ହୋଇଛି ସାମଦ ।କିନ୍ତୁ ଫେରାର ହୋଇଯାଇଛି ଓ୍ବାସିମ। ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ, ୩ଟି ଖୋକା ଓ ଗୋଟିଏ ବାଇକ ଜବତ କରିଛି ପୋଲିସ । 

 

What's Your Reaction?

like

dislike

love

funny

angry

sad

wow