ଭିଜିଲାନ୍ସ ଜାଲରେ ଭଂଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ

Sep 11, 2024 - 11:22
 0  1
ଭିଜିଲାନ୍ସ ଜାଲରେ ଭଂଜନଗର ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ପ୍ରସନ୍ନଙ୍କ ଭଞ୍ଜନଗର ବାଗଦେବୀ ରାସ୍ତାରେ ଥିବା ଦୁଇଟି ତିନି ମହଲା ଘର,ବ୍ରହ୍ମପୁର ତୁଳସୀନଗରର ୪ ମହଲାବିଶିଷ୍ଟ କୋଠା,ଭଞ୍ଜନଗର ରଘୁନାଥ ବିହାରରେ ଥିବା ଜଣେ ସଂପର୍କୀୟଙ୍କ ଘର, ବାଗଦେବୀ ରାସ୍ତାରେ ଥିବା ତାଙ୍କର ଜଣେ ଭାଇଙ୍କ ଘର,ଭଞ୍ଜନଗର କାର୍ଯ୍ୟାଳୟ ଏବଂ ଲୁଡୁଲୁଡିରେ ଥିବା ପୈତୃକ ଘର ସମେତ ୮ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ ।  ଚଢ଼ାଉରେ ସାମିଲ୍ ହୋଇଛନ୍ତି  ୭ ଜଣ ଡିଏସପି,୫ ଜଣ ଇନ୍ସପେକ୍ଟର ଓ ଏଏସଆଇ  ।

What's Your Reaction?

like

dislike

love

funny

angry

sad

wow