ବିଦେଶ ମାଟିରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ନିଶାଣ

ତିନିଦିନିଆ ଆମେରିକା ଗସ୍ତରେ ଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଜେପିକୁ ନେଇ ଦେଇଛନ୍ତି ବଡ଼ ବୟାନ। ଓ୍ୱାଶିଂଟନ୍ ଡିସିର ଜର୍ଜଟାଉନ ୟୁନିଭର୍ସିଟିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ଉପରେ ବର୍ଷି ରାହୁଲ କହିଛନ୍ତି ଯେ, ଯଦି ଭାରତରେ ନିରପେକ୍ଷ ନିର୍ବାଚନ ହୋଇଥାନ୍ତା, ତାହାଲେ ୨୪୬ଟି ଆସନ ବି ହାତେଇବାରେ ସକ୍ଷମ ହୋଇ ପାରି ନଥାନ୍ତା ଭାରତୀୟ ଜନତା ପାର୍ଟି।ନିର୍ବାଚନ ପୂର୍ବରୁ କଂଗ୍ରେସର ବ୍ୟାଙ୍କ ଆକଉଣ୍ଟ ଅଚଳ କରାଗଲା। ତଥାପି ସେ ଜାଣିଥିଲେ ତାଙ୍କୁ ୩୦୦ ପାର ଆସନ ମିଳିବ ନାହିଁ। ରାହୁଲ ଆହୁରି କହିଛନ୍ତି ଯେ ,ସେ ମୋଦୀଙ୍କୁ ଘୁଣା କରନ୍ତିନାହିଁ । ନରେନ୍ଦ୍ର ମୋଦୀଙ୍କର ଏକ ଭିନ୍ନ ବିଚାରଧାରା ରହିଛି । ଯେଉଁ ବିଚାରଧାରାକୁ ମୁଁ ଗ୍ରହଣ କରିବିନାହିଁ ,କାରଣ ମୋର ଏକ ଅଲଗା ବିଚାରଧାରା ରହିଛି। ସେପଟେ ଆମେରିକାରେ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ସମର୍ଥନ କରିଛନ୍ତି ଟିଏମସି ସାଂସଦ ଶତୃଘ୍ନ ସିନ୍ହା କହିଛନ୍ତି ଯେ, ବିରୋଧୀ ଦଳ ନେତା ଯାହା କହିଛନ୍ତି ଠିକ କହିଛନ୍ତି । ବିଜେପି ୧୦ ବର୍ଷ ତଳେ ଯାହା ଆରମ୍ଭ କରିଥିଲା ରାହୁଲ ଗାନ୍ଧୀ ତାହା କହିଛନ୍ତି । ବିଜେପିର ଶାସନ ତରିକା ଉପରେ ପ୍ରଶ୍ନ ଉଠାଇବା କିଛି ଭୁଲ ନୁହେଁ ।ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଦଳର ଜାତୀୟ ମୁଖପାତ୍ର ପ୍ରଦୀବ ଭଣ୍ଡାରୀ ରାହୁଲଙ୍କ ଉପରେ ବର୍ଷି କହିଛନ୍ତି ଯେ, ରାହୁଲଙ୍କ ଦଳ ମାତ୍ର ଦୁଇ ଅଙ୍କରେ ସୀମିତ । ଭୟବୀତ ଅଛି କଂଗ୍ରେସ , ଯେଉଁଥିପାଇଁ ବିଦେଶରେ କରୁଛି ଅପପ୍ରଚାର ।
What's Your Reaction?






