ଓଡିଶାରେ ପୁଣି କମିଲା ତାପମାତ୍ରା

ଓଡିଶାରେ ପୁଣି କମିଲା ତାପମାତ୍ରା । ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟ ମଧ୍ୟକୁ କରୁଛି ପ୍ରବେଶ । ଗୁରୁଚାପ ବଳୟ ଦେଶର ମଧ୍ୟଭାଗକୁ ସ୍ଥାନାନ୍ତରଣ ହେତୁ ଏହି ପ୍ରକ୍ରିୟା ହୋଇଛି ଆହୁରି ପ୍ରଶମିତ। ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬ ଡିଗ୍ରୀ ପର୍ଯ୍ଯନ୍ତ କମିଛି ପାରା । ଆସନ୍ତା ୨୪ ଘଣ୍ଟା ଆହୁରି ୨ରୁ ୩ ଡିଗ୍ରୀ କମିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ସେପଟେ ଆସନ୍ତା ଦୁଇଦିନ ଯାଏଁ କଲବଲ କରିବ ଘନ କୁହୁଡ଼ି। ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ଜାରି କରାଯାଇଛି ହଳଦିଆ ସତର୍କତା । ବିଶେଷ କରି ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
What's Your Reaction?






