ବଙ୍ଗୋପସାଗରରେ ଘନୀଭୂତ ହେଉଛି ସୁଦୃଶ୍ୟ ଲଘୁଚାପ

ବଙ୍ଗୋପସାଗରରେ ଘନିଭୂତ ହେଉଛି ସୁଦୃଶ୍ୟ ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବର୍ଷା । ଆସନ୍ତା ୩ ଘଣ୍ଟା ପାଇଁ ୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, ନୟାଗଡ଼, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାକୁ ବିଜୁଳି, ଘଡ଼ ଘଡ଼ ସହ ମଧ୍ୟମ ଧରଣ ବର୍ଷା ହେବା ନେଇ ଜାରି କରାଯାଇଛି ସତର୍କ ସୂଚନା।ଅନ୍ୟପଟେ ଆସନ୍ତା ୧୨ ଘଣ୍ଟାରେ ବଙ୍ଗୋପସାଗରରେ ଅବପାତର ରୂପ ନେଇପାରେ ସୁଦୃଶ୍ୟ ଲଘୁଚାପ। ଏହାର ପ୍ରଭାବରେ ଆଜିଠାରୁ ଆସନ୍ତା ୨୨ ତାରିଖ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା ।ଏହି ସମୟରେ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଆସନ୍ତା ୨ ଦିନ ପର୍ୟ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ କରାଯାଇଛି ବାରଣ । ରାଜ୍ୟରେ ୪ ଦିନ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ପ୍ରବଳ ବର୍ଷା କାରଣରୁ ତଳିଆ ଅଞ୍ଚଳରେ ସୃଷ୍ଠି ହୋଇପାରେ ଜଳବନ୍ଦୀ ସମସ୍ୟା । ଏଥିପାଇଁ ସଂଲଗ୍ନ ଅଞ୍ଚଳର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ।
What's Your Reaction?






