ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ; ୬ ଆହତ

A passenger aircraft met with an accident in Rourkela. According to information, the aircraft crashed while making an emergency landing. As a result, six people, including the pilot, were seriously injured. All the injured were rescued and admitted to a nearby hospital for treatment. As per reports, a small aircraft was flying from Bhubaneswar to Rourkela with six passengers onboard, including the pilot. While the aircraft was flying over the skies of southern Rourkela, a sudden technical snag was noticed. Following this, the pilot attempted an emergency landing, but the aircraft reportedly lost balance and crashed.

Jan 10, 2026 - 18:19
 0  9
ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ; ୬ ଆହତ

ରାଉରକେଲାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ । ଜରୁରୀ ଅବତରଣ ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ମିଳିଛି ସୂଚନା । ଯାହାଫଳରେ ପାଇଲଟଙ୍କ ସମେତ ୬ ଜଣ ହୋଇଛନ୍ତି ଗୁରୁତର । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହାସପାତାଳରେ କରାଯାଇଛି ଭର୍ତ୍ତି।ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ଏକ ଛୋଟ ବିମାନ । ଯେଉଁଥିରେ ଯାତ୍ରା କରୁଥିଲେ ପାଇଲଟଙ୍କ ସମେତ ୬ ଜଣ ଯାତ୍ରୀ  । ଦକ୍ଷିଣ ରାଉରକେଲା ଆକାଶରେ ବିମାନଟି ଉଡୁଥିବା ବେଳେ ହଠାତ୍‌ ଦେଖିବାକୁ ମିଳିଥିଲା ଯାନ୍ତ୍ରୀକି ତ୍ରୁଟି। ଏହାପରେ ପାଇଲଟ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରିବା ବେଳେ ହଠାତ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନଟି।

What's Your Reaction?

like

dislike

love

funny

angry

sad

wow