ରାଷ୍ଟ୍ରପତି ଦୌଡ଼ରୁ ଓହରିଲେ ବାଇଡେନ୍‌

Jul 22, 2024 - 12:28
 0  2
ରାଷ୍ଟ୍ରପତି ଦୌଡ଼ରୁ ଓହରିଲେ ବାଇଡେନ୍‌

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡରୁ ଓହଗରିଗଲେ ରାଷ୍ଟ୍ରପତି ଜୋ ବାଇଡେନ୍ । ରାଷ୍ଟ୍ର ଉଦ୍ଦେଶ୍ୟରେ ଚିଠି ଲେଖି ବାଇଡେନ ନିର୍ବାଚନ ଲଢ଼ିବେ ନାହିଁ ବୋଲି କରିଛନ୍ତି ଘୋଷଣା ।ଚିଠିରେ ବାଇଡେନ ଲେଖିଛନ୍ତି ଯେ, ଆମେରିକାର ରାଷ୍ଟ୍ରପତି ଭାବରେ ସେବା କରିବା ଜୀବନର ସବୁଠାରୁ ସମ୍ମାନର ବିଷୟ । ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବାକୁ ମୋର ଇଛା ଥିଲା । କିନ୍ତୁ ଜାତୀୟ ଓ ଦଳୀୟ ସ୍ବାର୍ଥ ଦୃଷ୍ଟିରୁ ପୁଣି ଥରେ ନିର୍ବାଚନ ନଲଢିବାକୁ  ନେଇଛି ନିଷ୍ପତ୍ତି । କେବଳ ରାଷ୍ଟ୍ରପତି ଭାବେ କାର୍ୟ୍ୟକାଳ ପୂରା କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଜୋ ବାଇଡେନ । ଏଥିସହିତ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଲାଗି ସେ ଉପରାଷ୍ଟ୍ରପତି କମଳା ହାରିସଙ୍କ ନାଁ କରିଛନ୍ତି ସୁପାରିସ ।

What's Your Reaction?

like

dislike

love

funny

angry

sad

wow