ଆଳୁ ପାଇଁ କାହା ଆଗରେ ହାତ ପାତିବ ନାହିଁ ଓଡିଶା :କୃଷ୍ଣଚନ୍ଦ୍ର ପାତ୍ର

ଏଣିକି ଆଳୁ ପାଇଁ କାହା ଆଗରେ ହାତ ପାତିବ ନାହିଁ ଓଡିଶା । ନିଜେ ହେବ ସ୍ୱୟଂ ସମ୍ପୂର୍ଣ୍ଣ । ଖୁବଶୀଘ୍ର କମିବ ଆଳୁ ଦର। ଆଜି ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।ସେ ଆହୁରି କହିଛନ୍ତି ଯେ,ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଭିତରେ ନାହିଁ କୌଣସି ସମସ୍ୟା । ଆଳୁ ଯୋଗାଣ ନେଇ ସେମାନଙ୍କ ସହ ଯୁଦ୍ଧ କରିବାକୁ ଚାହୁଁନାହୁଁ । ପଶ୍ଚିମବଙ୍ଗ ସରକାର ତାଙ୍କ ପଲିସି ଅନୁସାରେ କାମ କରୁଛନ୍ତି ଆଉ ଆମେ ଆମ ପଲିସୀ ତିଆରି କରିବୁ। ଗତ କିଛଦିନ ପଶ୍ଚିମବଙ୍ଗରୁ ପର୍ୟ୍ୟାପ୍ତ ଆଳୁ ନଆସିବାରୁ ପୁଣି ଓଡିଶାରେ ବଢିଚାଲିଛି ଆଳୁ ଦର।
What's Your Reaction?






