ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

Feb 28, 2025 - 11:47
 0  2
ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଗୁରୁଗାଁଓ ମେଦାନ୍ତ ହାସପାତାଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୋଇଛି  ପରଲୋକ ।ଲିଭର ସିରୋସିସରେ ଆକ୍ରାନ୍ତ ଥିଲେ ଉତ୍ତମ ମହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ହୋଇଥିଲା  ୬୭ ବର୍ଷ ବୟସ।ତାଙ୍କ ବିୟୋଗରେ ଓଲିଉଡ ଜଗତରେ ଖେଳିଯାଇଛି ଶୋକର ଛାୟା। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।୨୩ ଡିସେମ୍ବର ୧୯୫୮ରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ। ପ୍ରଥମରୁ ଅଭିନେତା ହେବାର ଲକ୍ଷ୍ୟ ନଥିଲେ ମଧ୍ୟ ୧୯୭୭ ମସିହାରେ ସେ ‘ଅଭିମାନ’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେମା ଜଗତକୁ କରିଥିଲେ ପ୍ରବେଶ। ତା’ପରେ  ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ସିନେମା ଭେଟି ଦେଇ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଛାଡ଼ି ଯାଇଛନ୍ତି ନିଜସ୍ବ ଛାପ । ସୁନ୍ଦର ଚେହେରା, ଅଭିନୟ, ନୃତ୍ୟ, ଆକ୍ସନ୍ ପାଇଁ ଓଡ଼ିଶାର ଘରେ ଘରେ ଅତ୍ୟନ୍ତ ଲୋକପ୍ରିୟ ହୋଇଯାଇଥିଲେ ଉତ୍ତମ। ଓଲିଉଡ୍‌ରେ  ପ୍ରଥମ ଥର ତାଙ୍କୁ ଦିଆଯାଇଥିଲା ସୁପରଷ୍ଟାର୍ ଆଖ୍ୟା । ୧୩୫ରୁ ଅଧିକ ଚଳଚ୍ଚିତ୍ରରେ ସେ କରିଥିଲେ ଅଭିନୟ । ଏପରିକି ଅନେକ ସୁପରହିଟ୍‌ ବଙ୍ଗଳା ଚଳଚ୍ଚିତ୍ରରେ ମଧ୍ଯ ନିଜ ଅଭିନୟର ସ୍ବାକ୍ଷର ଛାଡ଼ିଛନ୍ତି ଉତ୍ତମ ମହାନ୍ତି।  

 

What's Your Reaction?

like

dislike

love

funny

angry

sad

wow